
ଫୁଲବାଣୀ : ନ୍ୟାୟ ପାଇଁ ଦ୍ଵାର ଦ୍ଵାର ବୁଲୁଛନ୍ତି ମହିଳା । ନିଜ ସ୍ବାମୀଙ୍କୁ ପାଇବା ପାଇଁ ସଂଘର୍ଷ କରୁଛନ୍ତି ଫିରିଙ୍ଗିଆ ବ୍ଲକର ରବିଙ୍ଗିଆ ଗ୍ରାମର ମହିଳା ।
ସୂଚନାଯୋଗ୍ୟ ଯେ, ଗତ ୨୦୦୯ ଜୁନରେ ଖଜୁରୀପଡ଼ା ଦରଡି ଗ୍ରାମର ଉକ୍ତ ମହିଳାଙ୍କ ସହ ରବିଙ୍ଗିଆ ଗ୍ରାମର ପ୍ରତାପ କହଁରଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ପ୍ରତାପଙ୍କ ଗୋଟଏ ଝିଅ ଓ ଗୋଟଏ ପୁଅ ଥିବା ସତ୍ତ୍ବେ ସେ ପୁଣି ଦ୍ବିତୀୟ ବିବାହ କରିଥିବା ଅଭିଯୋଗ କରି ମହୁଳା ଜଣଙ୍କ ଫୁଲବାଣୀ ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ।
ଗତ କିଛି ବର୍ଷ ହେଲା ମହିଳା ଓ ସ୍ଵାମୀ ପ୍ରତାପଙ୍କ ମଧ୍ୟରେ ଝଗଡ଼ା ଓ ମନୋମାଳିନ୍ୟ ହୋଇଥିବାରୁ ପ୍ରତାପଙ୍କ ପରିବାର ମହିଳାଙ୍କୁ କୁଆଡେ ଘରୁ ତଡି ଦେଇଥିଲେ । ଫଳରେ ମହିଳା ନିଜ ବାପଘର ଖଜୁରୀପଡାରେ ଦୁଇ ପିଲାଙ୍କୁ ନେଇ ରହିଛନ୍ତି । ତେବେ ନିଜ ସ୍ବାମୀ ପୁଣି ଦ୍ବିତୀୟ ବିବାହ କରିଛନ୍ତି ଓ ତାଙ୍କର ଗୋଟଏ ସନ୍ତାନ ଥିବା ଖବର ପାଇ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ କରିବା ପରେ ଥାନା ଅଧିକାରୀ ଏ ନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରିବା ଫଳରେ ମହିଳା ଛୁଆପିଲାଙ୍କୁ ନେଇ ବୁଧବାର କନ୍ଧମାଳ ଏସପିଙ୍କ କାର୍ୟ୍ୟାଳୟରେ ନ୍ୟାୟ ପାଇଁ ଦ୍ବାରସ୍ଥ ହୋଇଥିଲେ । ନିଜ ସ୍ବାମୀଙ୍କୁ ଫେରିପାଇବା ପାଇଁ ଆକୁଳ ନିବେଦନ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀ ମହିଳାଙ୍କୁ ଫିରିଙ୍ଗିଆ ଥାନାକୁ ଯିବାକୁ କହି ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବା ପରେ ଫିରିଙ୍ଗିଆ ପୋଲିସ ମହିଳାଙ୍କ ଅଭିଯୋଗର ତଦନ୍ତ ଆରମ୍ଭ କହିଛନ୍ତି । ତେବେ ଫିରିଙ୍ଗିଆ ପୋଲିସ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ପୀଡିତା କିଭଳି ନ୍ୟାୟ ପାଇବେ ତାହା ଦେଖିବାର କଥା। ଏନେଇ ଫିରିଙ୍ଗିଆ ପୋଲିସର ମତାମତ ମିଳି ପାରିନାହିଁ।


Comments are closed, but trackbacks and pingbacks are open.