ସାରା ଜିଲ୍ଲାରେ ଚଢ଼ାଉ କଲା ଅବକାରୀ ବିଭାଗ

Get real time updates directly on you device, subscribe now.

ବଲାଙ୍ଗୀର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ):ଲକଡାଉନ୍ ଘୋଷଣା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ସମସ୍ତ ଲାଇସନ୍ସପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି ା ଏହି ସମୟରେ ଜିଲ୍ଲାରେ ଚାଲିଥିବା ଚୋରା ମଦ କାରବାର ଉପରେ ରୋକ ଲଗାଇବାକୁ ଜିଲ୍ଲା ଅବକାରୀ ବିଭାଗ ପଖ୍ୟରୁ ସାରା ଜିଲ୍ଲାରେ ଚଢାଉ ଜାରି ରହିଛି ା ଲକଡାଉନ୍ ସମୟରେ ଜିଲ୍ଲାର କଣ୍ଟାବାଞ୍ଜି, ପାଟଣାଗଡ, ତୁଷୁରା, ଲୋଇସିଂହା, ମୁରିବାହାଲ ଓ ସଇଁତଳା ଆଦି ଅଞ୍ଚଳରେ ଚାଲିଥିବା ବେଆଇନ ମଦ ବ୍ୟବସାୟ ଉପରେ ଅବକାରୀ ବିଭାଗ ପଖ୍ୟରୁ ଚଢାଉ କରାଯାଇଛି ା ଏଥିରେ ୬୮ ଟି ମାମଲା ରୁଜ୍ଜୁ କରାଯିବା ସହ ୬୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜିଲ୍ଲା ଅବକାରୀ ଅଧିଖ୍ୟକ ନାରାୟଣ ମେହେର ପ୍ରକାଶ କରିଛନ୍ତି ା ସେହିପରି ଗତ ୪ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୯୨ ଲିଟର ଦେଶୀ ମଦ, ୨୪ ଲିଟର ବିଦେଶୀ ମଦ, ୫୫ ଲିଟର ବିଅର୍, ୧୪୨୦ କିଲୋଗ୍ରାମ ମହୁଲ ପୋଚ, ୪୦ ଲିଟର ଭାଟି ମଦ ସହ ସହ ୮ ଟି ମୋଟରସାଇକଲ୍ ଜବତ କରାଯାଇଛି ା ଏହି ଘଟଣାରେ ଅବକାରୀ ବିଭାଗ ପଖ୍ୟରୁ ୧୬ ଟି ମାମଲା ରୁଜ୍ଜୁ କରାଯାଇ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ନେଇ ବଲାଙ୍ଗୀର ଅବକାରୀ ଅଧିଖ୍ୟକ ନାରାୟଣ ମେହେର ସୂଚନା ଦେଇଛନ୍ତି ା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons