
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):ଏକ ମାଲ୍ ବୋଝେଇ ଟ୍ରକ ସହ ଏକ ପଲସର ବାଇକ୍ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡିଛି। ବାଇକ୍ ଆରୋହୀ ଜଣକ ମାଲକାନଗିରି ରାସ୍ତା ପଟୁ ଆସୁଥିବା ବେଳେ ମାଲ୍ ବୋଝେଇ ଟ୍ରକ ବୈପାରିଗୁଡାରୁ ମାଲକାନଗିରି ଯାଉଥିବା ବେଳେ ବୈପାରିଗୁଡାଠାରୁ ୧୦ କିଲୋମିଟର ଦୂରରେ ସରନ୍ଦାଯୋଡି ନିକଟସ୍ଥ ରାସ୍ତା ଉପରେ ମାଲ୍ ବୋଝେଇ ଟ୍ରକ ଓ ପଲସର ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ମାଲ୍ ବୋଝେଇ ଟ୍ରକ ଏନ୍.ଏଲ୍.-୦୧ଏନ୍-୬୭୦୨ ସହ ପଲସର ବାଇକ୍ ଓଡି.୧୦ ଆର୍-୯୭୪୧ର ମୁହାଁମୁହିଁ ଧକ୍କା ହୋଇଥିଲା। ମାଲ୍ ବୋଝେଇ ଟ୍ରକର ଡ଼୍ରାଇଭର ନିୟନ୍ତ୍ରଣ ହରାଇ ସାମ୍ନା ପଟୁ ଆସୁଥିବା ବାଇକ୍ କୁ ଧକ୍କା ଦେଇଥିଲା। ମୁଣ୍ଡରେ ସକ୍ତ ଆଘାତ ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା।ଟ୍ରକଟି ମଧ୍ୟ ଘାଟି ତଳକୁ ଖସି ପଡ଼ିଛି। ମୃତ୍ୟୁ ହୋଇଥିବା ବାଇକ୍ ଆରୋହୀ ଜଣକ ହେଲେ ଜୟପୁର ବ୍ଲକ୍ ଅନ୍ତର୍ଗତ ଡଙ୍ଗର ଛିଞ୍ଚି ମୁଖିଖୁଡପିର ବାବୁଲୁ ଗୁଣ୍ଠା ( ୨୫)। ବୈପାରିଗୁଡା ଥାନା ଆଇ.ଆଇ.ସି ରଘୁନାଥ ମାଝୀ, ଏବଂ ଏସ୍.ଆଇ. ନରସିଂହ ପାଢ଼ୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।


Comments are closed, but trackbacks and pingbacks are open.