ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ଲୁଟ୍

Get real time updates directly on you device, subscribe now.

ରାଜସୁନାଖଳା,(ବିି.ବି.ନୁ୍ୟଜ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରାଜସୁନାଖଳା-ଟାଙ୍ଗୀ ପୂର୍ତ୍ତ ବିଭାଗ ରାସ୍ତାର କୋଟଗଡ଼ ଘାଟିରେ ଆଜି ସକାଳେ ବନ୍ଧୁକ ଦେଖାଇ ୩ଜଣ ଦୃର୍ବୃତ୍ତ ବାଇକ୍ରେ ଯାଉଥିବା ଏକ ଦମ୍ପତିଙ୍କୁ ଲୁଟ୍ କରିଛନ୍ତି । ଏ ନେଇ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ତନାଘନା କରିଥିଲେ ମଧ୍ୟ ଲୁଟେରାମାନଙ୍କ ପତ୍ତା ପାଇପାରିନାହିଁ ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧୀନ ଚମ୍ପାଇଲୋସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଆଜି ସକାଳେ ଏକ ବାଇକ୍ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ । ସକାଳୁ ରାସ୍ତା ଶୂନଶାନ ଥିବା ବେଳେ ଏହାର ସୁଯୋଗ ନେଇ ଡକାୟତମାନେ ଦମ୍ପତିଙ୍କ ପିଛା କରିଥିଲେ । କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ । ମାମିନାଙ୍କଠାରୁ ୯ହଜାର ଟଙ୍କା ଥିବା ଏକ ଭ୍ୟାନିଟି ବ୍ୟାଗ୍, ପିନ୍ଧିଥିବା ଦେଢ଼ ଭରି ଓଜନର ଏକ ସୁନା ଚେନ୍ ଏବଂ ଏକ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ । ଉଭୟଙ୍କୁ ଡକାୟତମାନେ ମାଡ଼ ମାରି ଆହତ କରିଥିବା ବେଳେ ସେମାନେ ରାଜସୁନାଖଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ଖବର ପାଇ ରଣପୁର ଥାନା ଅଧିକାରୀ ଏବଂ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲିକ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଥିଲେ । ଲୁଟ୍ ସମ୍ପର୍କରେ ସୁରେଶ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯାଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons