୬ ବର୍ଷରେ ବଜ୍ରପାତ ନେଲାଣି ୨ ହଜାରରୁ ଅଧିକ ଜୀବନ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ୨୦୧୫ରୁ ୨୦୨୦ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସରକାରୀ ସ୍ତରରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରାଯାଇଛି । କେତେକ କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଛି । ଏହିଭଳି ଭାବେ ପ୍ରାୟ ୩୨ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଇତିମଧ୍ୟରେ ପ୍ରଦାନ କରାଯାଇଛି । ବଜ୍ରପାତରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉନଥିବା ଅଭିଯୋଗ କରି ରୁଜୁ ଏକ ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ଏଭଳି ତଥ୍ୟ ସହ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଜବାବ ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି ।
ପ୍ରତିବର୍ଷ ରାଜ୍ୟରେ ବଜ୍ରପାତରେ ଶହଶହ ସଂଖ୍ୟାରେ ଲୋକ ମୃତୁ୍ୟବରଣ କରୁଛନ୍ତି । ବର୍ଷକୁ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିଲା ବେଳେ ଏଥିରେ କିନ୍ତୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଉନାହିଁ ବୋଲି ଅଭିଯୋଗ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ୨୦୧୫ରୁ ୨୦୨୦ ଏହି ୬ବର୍ଷ ଭିତରେ କେତେ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତିି ଏବଂ କେତେ ଲୋକଙ୍କୁ କ୍ଷତିପୂରଣ ଦିଆଯାଇଛି ସେ ସଂକ୍ରାନ୍ତରେ ଜବାବ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ରାଜ୍ୟ ସରକାର ଜିଲ୍ଲାୱାରୀ ଗତ ୬ବର୍ଷର ମୃତକଙ୍କ ତାଲିକା ଦାଖଲ କରିବା ସହ ସେମାନଙ୍କୁ ଦିଆଯାଇଥିବା କ୍ଷତିପୂରଣ ରାଶି ସଂକ୍ରାନ୍ତରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ବଜ୍ରପାତରେ ଯେତେ ଲୋକ ପ୍ରାଣ ହରାଇଛନ୍ତି ସମସ୍ତଙ୍କୁ କ୍ଷତିପୂରଣ ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସରକାରୀ ହିସାବ ଅନୁସାରେ, ଏହି ୬ବର୍ଷରେ ରାଜ୍ୟରେ ୨ ହଜାର ୫୮ ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ୨୦୧୫ରେ ୩୧୩ ଜଣ ମୃତୁ୍ୟବରଣ କରିଥିଲାବେଳେ ୨୦୧୬ରେ ୩୯୫, ୨୦୧୭ରେ ୪୬୩ ଜଣ, ୨୦୧୮ରେ ୩୨୧ ଜଣ, ୨୦୧୯ରେ ୩୧୦ ଜଣ ଏବଂ ୨୦୨୦ରେ ୧୭୬ ଜଣଙ୍କର ବଜ୍ରପାତରେ ମୃତୁ୍ୟ ହୋଇଛି । ରାଜ୍ୟର ୭ଟି ଜିଲ୍ଲାରେ ଶହେରୁ ଅଧିକ ଲୋକ ବଜ୍ରପାତରେ ମୃତୁ୍ୟବରଣ କରିଛନ୍ତି । ମୟୁରଭଞ୍ଜରେ ସର୍ବାଧିକ ୨୧୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ କେନ୍ଦୁଝରରେ ୧୫୪, ଗଞ୍ଜାମରେ ୧୪୪ଜଣ, ବାଲେଶ୍ୱରରେ ୧୩୭ ଜଣ, କଟକରେ ୧୦୨ ଜଣ, ସୁନ୍ଦରଗଡ଼ରେ ୧୧୬ ଜଣ ଏବଂ ନବରଙ୍ଗରପୁରରେ ୯୮ ଜଣ ମୃତୁ୍ୟବରଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons