ନିର୍ମାଣାଧୀନ ଚର୍ଚ୍ଚ ଭାଙ୍ଗିଲେ ଦୁର୍ବୃତ୍ତ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣଙ୍କ ରିପୋର୍ଟ): କୋରାପୁଟ ସଦର ଥାନା ବଡ଼ଗୁଡ଼ାରେ ଚର୍ଚ୍ଚ ନିର୍ମାଣକୁ ନେଇ ଦେଖାଦେଇଛି ଉତ୍ତେଜନା । ଚର୍ଚ୍ଚ ନିର୍ମାଣକୁ ଗାଁର ଗୋଟିଏ ଗୋÂୀ ବିରୋଧ କରି ନିର୍ମାଣାଧୀନ ଗୃହକୁ ରାତିରେ ଭାଙ୍ଗିଦେଇଛନ୍ତି । ଏନେଇ ସଦର ଥାନାରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ଏନେଇ ୪୧/୨୧ରେ ଏକ ମାଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।
ଏସଡ଼ିପିଓ ଗୁଣନିଧି ମଲ୍ଲିକ କହିଛନ୍ତି, ବଡ଼ଗୁଡ଼ାରେ ଏକ ଚର୍ଚ୍ଚଘର ନିର୍ମାଣ ହେଉଥିଲା । ଗାଁର କେତେକ ଲୋକ ଏହାକୁ ବିରୋଧ କରି ନିର୍ମାଣଧୀନ ଇଟାକାନ୍ଥକୁ ରାତିରେ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଘଟଟଣାସ୍ଥଳକୁ ଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଗାଁରେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି । ଆସନ୍ତାକାଲି ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିବ । ପ୍ରକୃତରେ ସେଠାରେ କେଉ ଘର ନିର୍ମାଣ ହେଉଥିଲା । ତାହା ସରକାରୀ କିମ୍ବା ବେସରକାରୀ ଜମି । ନିର୍ମାଣାଧୀନ ଘରକୁ କାହିଁକି କିଏ ଭାଙ୍ଗିଲା ତଦନ୍ତ ହେବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ଅଭିଯୋଗକାରୀ ଦର୍ଶାଇଛନ୍ତି, ସେମାନଙ୍କ ଗାଁରେ ୫୦ ଫୁଟ ଲମ୍ବର ଏକ ଚର୍ଚ୍ଚ ଘର ନିର୍ମାଣ ଚାଲିଥିଲା । ରବିବାର ରାତିରେ କେତେକ ପୁରୁଷ ଓ ମହିଳା ଶାବଳ, କୋଦାଳ ଆଦି ମାରଣାସ୍ତ୍ର ଧରି ନିର୍ମାଣାଧୀନ କାନ୍ଥକୁ ଭାଙ୍ଗି ଦେଇଛନ୍ତି । ଏହା ପୂର୍ବରୁ ଗତବର୍ଷ ମାର୍ଚ୍ଚରେ ମଧ୍ୟ ଅସ୍ଥାୟୀ ଭାବେ ଚାଲିଥିବା ଚର୍ଚ୍ଚକୁ ଭଙ୍ଗା ଯାଇଥିଲା । ଗତବର୍ଷ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା । ଉଭୟ ପକ୍ଷ ନାଁରେ ମାମଲା ରୁଜୁ ହୋଇଥିଲା । ଗାଁରେ ସମସ୍ତେ ମଳିମଶିି ରହିବା ପାଇଁ ରାଜିନାମା ହୋଇଥିଲେ । ଏବେ ପୁଣିଥରେ ନିର୍ମାଣାଧୀନ ଚର୍ଚ୍ଚଗୃହକୁ କେତେକ ଲୋକ ଭାଙ୍ଗିଥିବା ଏତଲାରେ ଦର୍ଶାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons