ଆମ୍ବ ଗୋଟାଇବା କାଳ ହେଲା: ବଜ୍ରପାତରେ ୨ ମୃତ

Get real time updates directly on you device, subscribe now.

ବାଙ୍ଗିରିପୋଷି,(ବି.ବି.ନୁ୍ୟଜ):ବଜ୍ରପାତରେ ଦୁଇ ଜଣଙ୍କ ଶୋଚନୀୟ ମୃତୁ୍ୟ ହୋଇଥିବା ଜଣାପଡିଛି ।ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବୁଢିଖମାରୀ ପଂଚାୟତ ଅନ୍ତର୍ଗତ ମଶିଣାବିଲା ଗାଁରେ ବୁଧବାର ପୂର୍ବାହ୍ନରେ ଭୀଷଣ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଏହି ସମୟରେ ଆମ୍ବ ଗୋଟାଇବାକୁ କିଛି ପିଲା ଆମ୍ବ ଗଛ ତଳେ ପହଞ୍ଚିଥିଲେ । ଘଟଣାସ୍ଥଳେ ବଜ୍ରପାତ ହେବାରୁ ଜଣେ ୧୪ ବର୍ଷର ନାବାଳିକା ଏବଂ ୧୦ ବର୍ଷର ଜଣେ ନାବାଳକଙ୍କ ମୃତୁ୍ୟ ହୋଇଛି । ମୃତକ ମାନେ ପିଥରାମ ଟୁଡୁଙ୍କ ଝିଅ ବୁସୁକି ଟୁଡୁ ଏବଂ ମୁଚିଆ ଟୁଡୁଙ୍କ ପୁଅ ସାଲାଇ ଟୁଡୁ ।
ପରିବାର ବର୍ଗ ଉଭୟ ନାବାଳକ ଏବଂ ନାବାଳିକାଙ୍କୁ ବାଙ୍ଗିରିପୋଷି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଂଚି ଏକ ଅପମୃତ ମାମଲା ରୁଜୁ କରିବା ସହ ଗୁରୁବାର ଦିନ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ପୁଲିସ ତରଫରୁ ସୂଚନା ମିଳିଛି । ଅନ୍ୟ ପଟେ ବାଙ୍ଗିରିପୋଷି ତହସିଲଦାର ଲଲାଟେନ୍ଦୁ ସିଙ୍କ ନିଦେ୍ର୍ଧଶ କ୍ରମେ ରାଜସ୍ୱ ନିରୀକ୍ଷକ ଆସି ତଦନ୍ତ କରି ଫେରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସରକାରଙ୍କ ତରଫରୁ ଥିବା ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ସି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons