
ଜଳେଶ୍ୱର,(ବି.ବି.ନୁ୍ୟଜ): ମୋବାଇଲରେ ‘ଫ୍ରି ଫାୟାର’ ଖେଳ ହେଲା କାଳ । ଖେଳ ଖେଳୁ ବେକରେ ରଶି ଲଗାଇଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୌରୀ ବେଲଦା ଗ୍ରାମର ଯୁବକ ସତ୍ୟବ୍ରତ ଜେନା(୧୯) । ସେ ମୁର୍ମୂଷୁ ଅବସ୍ଥାରେ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଲୁଡ଼ା ପଞ୍ଚାୟତ ଗୌରୀ ବେଲଦା ଗ୍ରାମର ଦିବାକର ଜେନାଙ୍କ ପୁଅ ସତ୍ୟବ୍ରତ ସବୁଦିନ ମୋବାଇଲରେ ‘ଫ୍ରି ଫାୟାର’ ଖେଳନ୍ତି । ଗତ ମଙ୍ଗଳବାର ରାତିରେ ସମସ୍ତେ ଶୋଇପଡ଼ିବା ପରେ ଘର ବାଡ଼ିରେ ଥିବା ପିଜୁଳି ଗଛ ଡାଳରେ ସେ ବେକରେ ରଶି ଦେଇଥିଲେ । ମାତ୍ର ରଶିଟି ଛିଣ୍ଡିଯିବାରୁ ସତ୍ୟବ୍ରତ ତଳେ ପଡ଼ି ଯାଇଥିଲେ । ସକାଳେ ପରିବାର ଲୋକେ ସତ୍ୟବ୍ରତଙ୍କୁ ଦେଖି ପଶ୍ଚିମବାଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରୁ ଡାକ୍ତର ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ପଠାଇଥିଲେ । ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।


Comments are closed, but trackbacks and pingbacks are open.