
ପରଜଙ୍ଗ,(ବି.ବି.ନୁ୍ୟଜ): ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଳି ଗ୍ରାମର ରେଣୁ ସେଠୀ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳେ ରେଣୁ ନିଜ ବିଲକୁ ଯାଉଥିବା ବେଳେ ଏହା ହାତୀ ସହ ମୁହାଁମୁହିଁ ହୋଇଥିଲେ । ହାତୀଟି ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଆଖପାଖ ବିଲରେ କାମ କରୁଥିବା ଲୋକମାନେ ହୋହଲ୍ଲା କରିବାରୁ ହାତୀଟି ସେଠାରୁ ପଳାଇ ଯାଇଥିଲା । ଗୁରୁତର ଅବସ୍ଥାରେ ରେଣୁଙ୍କୁ ସ୍ଥାନୀୟ ଲେକେ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।


Comments are closed, but trackbacks and pingbacks are open.