
ଗଁଦିଆ,(ବି.ବି.ନୁ୍ୟଜ): କଲଭର୍ଟ ଉପରେ ବସି ଗପସପରେ ମାତିଥିଲେ ଯୁବଗୋÂୀ । ଏହି ସମୟରେ ଦୂରରୁ ଏକ ପୁଲିସ ଗାଡ଼ି ଆସୁଥିବା ଦେଖିଥିଲେ । ପୁଲିସ କାର୍ଯ୍ୟାନୁÂାନ ଭୟରେ ଅନ୍ଧାରରେ ଯିଏ ଜୁଆଡେ଼ ପାରିଲା ଦୌଡ଼ିଲା । ଅନ୍ଧାରୁଆ ରାସ୍ତାରେ ଦୌଡ଼ିବା ଜଣେ ଯୁବକଙ୍କ ପାଇଁ କାଳ ହେଲା । ଦୌଡ଼ି ପଳାଇବା ସମୟରେ ଏକ କୂଅରେ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ହୃଷିକେଶ ବାରିକଙ୍କ ପୁଅ ବିଭୂଚନ୍ଦ୍ର ବାରିକ(୨୦) ।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ପିଙ୍ଗୁଆ-ମଞ୍ଜୁରୀପଡ଼ା ରାସ୍ତାର ପାଟଣାସାହି ନିକଟରେ ଥିବା ଏକ କଲଭର୍ଟ ଉପରେ ପିଙ୍ଗୁଆ ଗ୍ରାମର ବିଭୂଚନ୍ଦ୍ରଙ୍କ ସମେତ ଆଉ କେତେକ ଯୁବକ ବସି ଗପସପ ହେଉଥିଲେ । ପାଟ୍ରୋଲିଂ କରୁଥିବା ନିହଲପ୍ରସାଦ ଥାନା ପୁଲିସ ଟିମ୍ ସେମାନଙ୍କୁ ତାଗିଦ୍ କରି ଘରକୁ ଯିବାକୁ କହି ମଞ୍ଜୁରୀପଡ଼ା ଆଡ଼କୁ ଯାଇଥିଲା । କିନ୍ତୁ ଯୁବକମାନେ ଘରକୁ ଯିବା ପରିବର୍ତ୍ତେ ସେଠାରେ ବସିଥିଲେ । ମୋବାଇଲ୍ରେ ଗେମ୍ ଖେଳିବାରେ ଲାଗିଥିଲେ । ପୁଲିସ ଗାଡ଼ି ମଞ୍ଜୁରୀପଡ଼ାରୁ ଫେର ସେମାନଙ୍କ ନିକଟବର୍ତ୍ତୀ ହେବା ମାତ୍ରେ କାର୍ଯ୍ୟାନୁÂାନ ଭୟରେ ସମ୍ପୃକ୍ତ ଯୁବକମାନେ ଯିଏ ଜୁଆଡେ଼ ପାରିଲେ ଅନ୍ଧାରରେ ଦୌଡ଼ି ପଳାଇଥିଲେ । ବିଭୂଚନ୍ଦ୍ର ଅନ୍ଧାରରେ ଦୌଡି ପଳାଇବା ବେଳେ ଏକ ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲେ । କିନ୍ତୁ ତାଙ୍କ ସହ ଥିବା ଯୁବକମାନେ ଏ ସମ୍ପର୍କରେ ଜାଣି ପାରିନଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ସହ ସାଙ୍ଗସାଥୀଙ୍କୁ ପଚାରିଥିଲେ । ପୁଲିସକୁ ଦେଖି ଦୌଡ଼ି ପଳାଇବା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ସେହି ଅଞ୍ଚଳକୁ ଯାଇ ଖୋଜାଖୋଜି ପରିତ୍ୟକ୍ତ କୂଅରେ ଖସି ପଡ଼ିଥିବା ସନେ୍ଦହ କରିଥିଲେ । ଖବର ପାଇ ଗଁଦିଆ ଅଗ୍ନିଶମ ବାହିନୀ ପହଞ୍ଚô କୂଅରେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଖବର ପାଇ ପୁଲିସ ପହଞ୍ଚô ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ଡାକ୍ତରଖାନା ପଠାଇଥିଲା । ବିଭୂଭୂଚନ୍ଦ୍ର ଜଣେ ମେଧାବୀ ଇଞ୍ଜିନିୟରିଂ ଛାତ୍ର ଥିଲେ । ଢେଙ୍କାନାଳ ସିନର୍ଜୀ କଲେଜରେ ପଢୁଥିଲେ । ଅଭାବ ଅନାଟନ ସତ୍ତେ୍ୱ ପରିବାର ଲୋକେ ତାଙ୍କୁ ପାଠପଢ଼ାଉଥିଲେ । ବିଭୂଚନ୍ଦ୍ରଙ୍କ ଅକାଳ ବିୟୋଗରେ ପରିବାର ଲୋକ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମରେ ଶୋକ ପ୍ରକାଶ ପାଇଛି ।


Comments are closed, but trackbacks and pingbacks are open.