
ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲାରେ କରୋନାର ଦ୍ୱିତୀୟ ଲହର ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ସଂକ୍ରମଣ ବୃଦ୍ଧିକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି । ଏହାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ଓସୱାନ୍ ହଲ୍ଠାରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଜିଲ୍ଲାର କରୋନା ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଭଚୁ୍ର୍ୟଆଲ୍ ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଉପଖଣ୍ଡ ଚିକିତ୍ସାଧିକାରୀ, ବିଡିଓ, ତହସିଲ୍ଦାର, ନିର୍ବାହୀ ଅଧିକାରୀ ଓ ସିଡିପିଓମାନେ ଅଂଶଗ୍ରହଣ କରିଥିଲେ ।
ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି ଘଟିଥିବାରୁ ଜିଲ୍ଲାରେ ପୂର୍ବ ନିର୍ଦ୍ଧାରିତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ, ପନିପରିବା ଆଦି ଦୋକାନ ୭ଟାରୁ ୧୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ବିବାହ, ବ୍ରତ ଆଦି କାର୍ଯ୍ୟ ସମୟରେ ସର୍ବାଧିକ ୨୫ ଜଣ ବ୍ୟକ୍ତି ଏବଂ ଶୁଦ୍ଧିକ୍ରିୟା ସମୟରେ ସର୍ବାଧିକ ୨୦ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ଏହି ସମୟରେ କୌଣସି ପ୍ରକାର ଭୋଜିର ଆୟୋଜନ କରାଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଜନସମାଗମକୁ କଡ଼ାକଡ଼ି ନଜର ରଖିବାକୁ ଏବଂ ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । କୌଣସି ବ୍ୟକ୍ତି ପଡେ଼ାଶୀ ଜିଲ୍ଲା ଏବଂ ରାଜ୍ୟ ବାହାରୁ ଆସିଲେ, ସରପଞ୍ଚ, ଗାଁ କଲ୍ୟାଣ ସମିତିର ସଦସ୍ୟ, ଶିକ୍ଷକ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ସଙ୍ଗରୋଧରେ ରଖିବା ପାଇଁ ଯନôଶୀଳ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆସନ୍ତା ୨୪ ତାରିଖଠାରୁ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିବେ । କୌଣସି ପ୍ରକାର ରୋଗୀ ଚିହ୍ନଟ ହେଲେ ତାଙ୍କର ପରୀକ୍ଷା କରାଯିବ । ଆକ୍ରାନ୍ତଙ୍କ ଲକ୍ଷଣ ଅନୁଯାୟୀ ସେମାନଙ୍କୁ ହୋମ୍ ଆଇସୋଲେସନ୍, କୋଭିଡ୍ କେୟାର ସେଣ୍ଟର, କୋଭିଡ୍ ହସ୍ପିଟାଲ୍ରେ ରଖାଯାଇ ଚିକିା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ହୋମ୍ ଆଇସୋଲେସନ୍ରେ ଥିବା ସମସ୍ତ ରୋଗୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ନିୟମିତ ଭାବେ ବୁଝିବାକୁ ସ୍ୱାସ୍ଥ୍ୟ ଅଧିକାରୀ ଓ ଆର୍ଆର୍ ଟିମ୍ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କ୍ଲଷ୍ଟର ଟିଏମ୍ସି ଗୁଡିକର କାର୍ଯ୍ୟକାରିତା ସମୀକ୍ଷା କରିବା ସହିତ କୋଭିଡ୍ ହସ୍ପିଟାଲ୍ରେ ଅrିଜେନ୍ର ବ୍ୟବସ୍ଥା ଏବଂ ଆନୁସଙ୍ଗିକ ଉପକରଣ ସୁବ୍ୟବସ୍ଥା କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଅଧିକରୁ ଅଧିକ ଆର୍ଟିପିସିଆର୍ ଓ ଆଣ୍ଟିଜେନ୍ ଟେଷ୍ଟ୍ କରାଯିବା ସହିତ ଅrିଜେନ୍ ସ୍ତର ମଧ୍ୟ ଟେଷ୍ଟ କରାଯିବ । ପରିସ୍ଥିତିର ଉଚିତ୍ ମୁକାବିଲା ନିମନ୍ତେ ପ୍ରତ୍ୟେକ ବ୍ଲକ୍ରେ ୨ଟି ଆମ୍ବୁଲାନ୍ସ ସର୍ବଦା ପ୍ରସ୍ତୁତ ରହିବ । ପ୍ରତି ପଞ୍ଚାୟତରେ ଶବ ସକ୍ରାର ନିମନ୍ତେ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରି କୌଣସି ବ୍ୟକ୍ତିଙ୍କର କୋଭିଡ୍ ଜନିତ ମୃତୁ୍ୟ ହେଲେ ତାଙ୍କର ଶବ ସକ୍ରାର ବ୍ୟବସ୍ଥିତ ଭାବେ ସମ୍ପନ୍ନ କରାଯିବ । ଏଥି ନିମନ୍ତେ ସ୍ୱେଚ୍ଛାସେବୀ ଓ ଆଗ୍ରହୀ ବ୍ୟକ୍ତି ବିଶେଷ ଆଗେଇ ଆସି ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଚିହ୍ନଟ କରୋନା ଆକ୍ରାନ୍ତମାନେ ସ୍ୱତଃପ୍ରବୃତ୍ତ ଭାବେ ବାହାରେ ବୁଲାବୁଲି ନ କରି ଅନ୍ୟମାନଙ୍କଠାରୁ ଆବଶ୍ୟକ ଦୂରତା ବଜାୟ ରଖି ନିଜ ପରିବାର ଲୋକ ଏବଂ ଅନ୍ୟମାନଙ୍କୁ ସଂକ୍ରମଣମୁକ୍ତ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏଥିସହ ମାସ୍କ ବ୍ୟବହାର, ସାମାଜିକ ଦୂରତା ଅନୁପାଳନ, ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ କହିଛନ୍ତି । ଏହି ଭିଡ଼ିଓ କନ୍ଫରେନ୍ସ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ନରୋତ୍ତମ ବେହେରା, ସଦର ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତାରାଣୀ ମିଶ୍ର, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.