ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା!

Get real time updates directly on you device, subscribe now.

ବାସୁଦେବପୁର : ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା । ମୃତ ଯୁବକ ଗୌରାଙ୍ଗ ଦାସଙ୍କ ପୁଅ ଚନ୍ଦ୍ରକା ଦାସ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ୧୨ ନମ୍ବର ଓ୍ୱାର୍ଡର ମାହୁସାହି ଗାଁର ଘଟଣା । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ଖବର ଅନୁଯାୟୀ, ଆଜି ସକାଳ ଗାଁର କିଛି ଲୋକ ମହିଁଷାପଦା ସ୍କୁଲ ପଛ ପାଖରେ ଥିବା ଫୁଲ ଗଛକୁ ଫୁଲ ତୋଲିବାକୁ ଯାଇଥିବା ବେଳେ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ବେକରେ ଗାମୁଛା ବାନ୍ଧି ଏକ କନିଆରି ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ପରେ ପରେ ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ଗ୍ରାମବାସୀମାନେ ଏକାଠି ହୋଇଯାଇଥିଲା । ମୃତ ଯୁବକ ଜଣଙ୍କ ବାସୁଦେବାପୁର ମ୍ୟୁନିସାପାଲିଟିରେ ଟ୍ୟାକ୍ସ ଆଦାୟକାରୀ କର୍ମଚାରୀ ଭାବେ କାର୍ୟ୍ୟ କରୁଥିଲେ । ତେବେ ଯୁବକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons