ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନ୍ୟୁଜ୍): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ମଙ୍ଗଳବାର ଜିଲ୍ଲା ପରିସଂଖ୍ୟନ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ପରିସଂଖ୍ୟାନ ଅଧିକାରୀ ପରମେଶ୍ୱର ରାଉତଙ୍କ ଘରେ ଚଢ଼ଉ କରିଛି । ଶ୍ରୀ ରାଉତଙ୍କର ୭୧ ଲକ୍ଷ ୬୨ ହଜାର ୪୯୦ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିବା ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍ ଆକଳନ କରିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ସିମ୍ କେସ୍ ନଂ ୪/୧୯ରେ ମାମଲା ରଜୁୁ ହୋଇଛି ।
ଖବରରୁ ପ୍ରକାଶ, ଶ୍ରୀ ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆସିଥିଲା । ଅଭିଯୋଗ କ୍ରମେ ଭିଜିଲାନ୍ସ ଏସ୍ପି ସୁନିଲ ସେନାପତିଙ୍କ ନିର୍ଦ୍ଦେଶରେ ୪ଜଣିଆ ଟିମ୍ ଗଠନ କରାଯାଇଥିଲା । ମଙ୍ଗଳବାର ଏକା ସଙ୍ଗରେ ଏହି ଟିମ୍ ଶ୍ରୀ ରାଉତଙ୍କ ବାଲେଶ୍ୱର ସହରସ୍ଥ ଅଙ୍ଗାରଗଡ଼ିଆ ନିକଟ ରାମେଶ୍ୱର ନଗରରେ ଥିବା ୨ମହଲା କୋଠା, ତାମୁଳିଆ ନିକଟସ୍ଥ ସରସ୍ୱତୀପୁରରେ ଥିବା ୧ ମହଲା କୋଠା, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆର୍ତ୍ତୁଂ ଠାରେ ଥିବା ପୈତୃକ ଘର ଓ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା । ଡିଏସପି ସଞ୍ଜୟ ଦାସମହାପାତ୍ରଙ୍କ ତତ୍ତ୍ୱାବଧାନରେ ଟିମ୍ ଆର୍ତ୍ତୁଂ ସ୍ଥିତ ବାସଭବନ ଉପରେ ଚଢ଼ଉ କରିଥିଲେ । ଚଢଉରେ ଇନ୍ସପେକ୍ଟର ସୁଲୋଚନା ନାୟକ ଓ କନଷ୍ଟେବଲ ମଧ୍ୟ ସାମିଲ୍ ଥିଲେ । ଅଙ୍ଗାରଗଡ଼ିଆ ଘରର ମୂଲ୍ୟ ୩୦ଲକ୍ଷ ୬୨ହଜାର ୨୦୫ ଟଙ୍କା ଅକଳନ କରାଯାଇଥିବା ବେଳେ ସ୍ୱରସ୍ୱତୀପୁରରେ ଥିବା ଘରର ମୂଲ୍ୟ ୧୭ଲକ୍ଷ ୭୨ହଜାର ୩୨୨ଟଙ୍କା, ବାଲେଶ୍ୱର ଟାଉନ୍ରେ ଥିବା ଘରର ମୂଲ୍ୟ ୩ ଲକ୍ଷ ୨୫ ହଜାର, ଆର୍ତ୍ତୁଂରେ ନିର୍ମାଣାଧୀନ ଘରର ମୂଲ୍ୟ ୩ ଲକ୍ଷ ୮୩ଟଙ୍କା ଆକଳନ କରାଯାଇଛି । ସେହିପରି କାର, ବ୍ୟାଙ୍କ ଡିପୋଜିଟ୍, ବୀମା, ବାଇକ୍,ଅଳଙ୍କାର,ଘରୋଇ ସାମଗ୍ରୀ ସମେତ ନଗଦ ଜବତ ହୋଇଥିବା ୮ ହଜାର ୫୬୧ ଟଙ୍କାକୁ ମିଶାଇ ସମୁଦାୟ ତାଙ୍କ ସମ୍ପତ୍ତିର ମୂଲ୍ୟ ୭୧ ଲକ୍ଷ, ୬୨ ହଜାର ୪ ୯୦ ଟଙ୍କା ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢଉରେ ପ୍ରତି ଟିମ୍ରେ ୫ରୁ ଅଧିକ ସଦସ୍ୟ ସାମିଲ ଥିଲେ । ଅତିରିକ୍ତ ଏସ୍ପି ନିର୍ମଳ ମହାନ୍ତି, ଡିଏସ୍ପି ଏସ୍କେ ସମାନ୍ତରାୟ, ଡିଏସ୍ପି ଏସ୍ ଦାସମହାପାତ୍ର, ଡିସି ମୁର୍ମୁଙ୍କ ସମେତ ବିଭାଗୀୟ ଇନ୍ସପେକ୍ଟର ଏଥିରେ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons