ସୋର,(ବି.ବି.ନ୍ୟୁଜ୍): ଦିଲ୍ଲୀର ଏକ ଘରୁ ଗତ ଜୁନ୍ ମାସରେ ୧୦ ଲକ୍ଷ ଟଙ୍କାର ଗହଣା ଚୋରି ଘଟଣାରେ ସଂପୃକ୍ତ ଯୁବକ ସୋରରୁ ଗିରଫ ହୋଇଛି । ଦିଲ୍ଲୀର ଆଦର୍ଶ ନଗର ଥାନା ଅଞ୍ଚଳର ରବୀନ୍ଦ୍ର କୁମାର ଖାରିଙ୍କ ଘରେ ସୋର ଗୋପୀନାଥପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର କରୁଣାକର ଦାସ (୨୯) ଘରୋଇ କାମ କରୁଥିଲେ । ଜୁନ୍ ମାସ ୩ ତାରିଖ ଦିନ ଘରେ କେହି ନଥିବା ବେଳେ ହୀରା କାନ ଫୁଲ ୨ଟି, ସୁନା ଚୁଡ଼ି, ସୁନା ଚେନ୍ ଓ ମଙ୍ଗଳସୂତ୍ର ଏବଂ ଅନ୍ୟାନ୍ୟ ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିଲା । ଘରେ ଥିବା ଜଣେ କାମବାଲି ଏ ସମ୍ପର୍କରେ ଜାଣି ପାରି ସିଙ୍ଗାପୁରରେ ଥିବା ପରିବାର ଲୋକଙ୍କୁ ଖବର ଦେଇଥିଲା । ସେମାନେ ୪ ତାରିଖ ଦିନ ଦିଲ୍ଲୀ ପହଞ୍ଚି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ଦିଲ୍ଲୀ ଆଦର୍ଶନଗର ପୁଲିସ୍ ସୋରରେ ପହଞ୍ଚି ଛାନ୍ଭିନ୍ କରି କାହରିକୁ ନପାଇ ଫେରିଯାଇଥିଲା । ଅଭିଯୋଗ ଆଧାରରେ ଗତ ଦୁଇଦିନ ତଳେ ଆଇଆଇସି କ୍ଷମାସାଗର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ପ୍ରତାପ କାଲୋ ସଦଳବଳେ ସୋର ମଙ୍ଗଳପୁରରୁ କରୁଣାକରକୁ ଧରିଥିଲେ । ଥାନାରେ ଅଟକ ରଖିବା ପରେ ଦିଲ୍ଲୀ ପୁଲିସ୍ ଗିରଫ କରି ବାଲେଶ୍ୱର ଜିଲ୍ଲା ଜଜ୍ଙ୍କ ନିକଟରେ ହାଜର କରିଥିଲେ । ପରେ କରୁଣାକରକୁ ଦିଲ୍ଲୀ ପୁଲିସ ନେଇ ଯାଇଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.