ଆସିକାରେ ସ୍କୁଲ ନିକଟରେ ବିସ୍ଫୋରଣ, ଦୁଇ ଛାତ୍ର ଗୁରୁତର

Get real time updates directly on you device, subscribe now.

ଆସିକା : ସ୍କୁଲ ନିକଟରେ ବିସ୍ଫୋରଣ ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସିକା ମାଗୁଣା ଗାଁ ସ୍କୁଲ ନିକଟରେ ବିସ୍ଫୋରଣ ହୋଇଛି । ସ୍କୁଲ ଯିବା ସମୟରେ ବିସ୍ଫୋରଣ ହେବା ଫଳରେ ସ୍କୁଲର ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଦୁଇ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପରେ ଅବସ୍ଥା ଅଧିକ ଗୁରୁତର ହେବାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଦୁଇ ଛାତ୍ର ୭ମ ଶ୍ରେଣୀର ଛାତ୍ର ରାଜା ନାହକ ଏବଂ ତନ୍ମୟ ସାହୁ । ସେମାନଙ୍କ ହାତ, ମୁହଁ ଏବଂ ଗାଲରେ ଆଘାତ ଲାଗିଛି ।
ମାଗୁଣା ନିକଟରେ ଥିବା ପାହାଡରେ ପଥର ବିସ୍ଫୋରଣ କରାଯାଉଥିଲା । ପିଲାମାନେ ସେହି ବାଟ ଦେଇ ଯିବାବେଳେ ବିସ୍ଫୋରକକୁ ହାତରେ ଧରିଥିଲେ । ଫଳରେ ସେମାନଙ୍କ ହାତରେ ତାହା ବିସ୍ଫୋରଣ ହୋଇଯାଇଥିଲା । ଫଳରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons