ହତ୍ୟା ସନ୍ଦେହରେ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଲେ ମହିଳା ଗୋଷ୍ଠୀ

Get real time updates directly on you device, subscribe now.

ଲୋଇସିଂହା/ଚୁଡ଼ାପାଲି,(ବି.ବି.ନ୍ୟୁଜ୍): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଅମାମୁଣ୍ଡା ଗାଁରେ ଜଣେ ନିଖୋଜ ଯୁବତୀଙ୍କ ଝୁଲନ୍ତା ମୃତଦେହ ଗାଁ ପୋଖରୀ ନିକଟସ୍ଥ ଏକ ପଳାଶ ଗଛରୁ ଉଦ୍ଧାର ହୋଇଥିଲା । ଯୁବତୀଙ୍କୁ ଗଣ ବଳାକ୍ରାର କରାଯିବା ପରେ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସଂପୃକ୍ତି ସନ୍ଦେହରେ ଆଜି ଗାଁର ଜଣେ ଯୁବକଙ୍କୁ ସ୍ଥାନୀୟ ମହିଳା ଗୋଷ୍ଠୀ ଗାଁ ଦାଣ୍ଡରେ ବାନ୍ଧି ପକାଇଥିଲେ । ଏନେଇ ପୁଲିସ ଖବର ପାଇ ସଂପୃକ୍ତ ଯୁବକଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ଥାନାକୁ ଆଣିଛି । ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ବେଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ସୂଚନା ଅନୁଯାୟୀ ଅମାମୁଣ୍ଡା ଗାଁର ଶଙ୍କର ଭଣ୍ଡାଙ୍କ ଝିଅ ଗତ ଗୁରୁବାର ଠାରୁ ନିଖୋଜ ଥିଲେ । ତାଙ୍କ ପରିବାରବର୍ଗ ବହୁ ଖୋଜାଖୋଜି କରିଥିଲେ ବି ତାଙ୍କ ସନ୍ଧାନ ପାଇପାରିନଥିଲେ । ତେବେ ଶନିବାର ଦିନ ଗାଁ ପୋଖରୀ ନିକଟସ୍ଥ ଏକ ପଳାଶ ଗଛରେ ଉକ୍ତ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ କରିଥିଲେ । ଏନେଇ ଲୋଇସିଂହା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ମୃତ ଯୁବତୀଙ୍କ ପରିବାର ବର୍ଗ ଏହାକୁ ଆତ୍ମହତ୍ୟା ବୋଲି ଗ୍ରହଣ କରିପାରୁନାହାନ୍ତି । ଏଥିସହ ଯୁବତୀଙ୍କୁ ଗଣ ବଳାକ୍ରାର ପରେ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ଉକ୍ତ ଘଟଣାରେ ଗାଁର ଆଲୋକ ସାହୁ ନାମକ ଜଣେ ଯୁବକଙ୍କ ସଂପୃକ୍ତି ରହିଥିବା ସନ୍ଦେହ କରିଥିଲେ । ଆଜି ଗାଁର ମହିଳା ଗୋଷ୍ଠୀ ଉକ୍ତ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧି ପକାଇଥିଲେ । ଏହି ଖବର ପାଇବା ପରେ ଲୋଇସିଂହା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ପୁଲିସ ଗାଁରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାରେ ଜଡିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons