ସାପ କାମୁଡ଼ାରେ ଯୁବଚାଷୀଙ୍କ ମୃତୁ୍ୟ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଘର ଆଗରେ ବାଦାମ ଜଗି ଗଦା ଉପରେ ଶୋଇଥିଲେ । ଏହି ସମୟରେ ସାପ କାମୁଡ଼ି ଦେବାରୁ ଜଣେ ଗରିବ ଯୁବଚାଷୀଙ୍କ ମୃତୁ୍ୟ ଘଟିଛି । ମୃତ ଯୁବଚାଷୀ ଜଣଙ୍କ ପିଜୁସ୍ ଆଇଚ(୪୦) । ଘର ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅଧୀନ ଭୁବନପାଲି ପଞ୍ଚାୟତ ଏମ୍ଭି୭୬ ଗାଁରେ ।
ପିଜୁସ ଜଣେ ଗରିବ ଚାଷୀ । ଚଳିତବର୍ଷ ଭଲବାଦାମ ଫସଲ କରିଥିଲେ । ଲକ୍ଡାଉନ୍ ପାଇଁ ବାଦାମ ବିକ୍ରି ହୋଇପାରି ନ ଥିଲା । ଅମଳ ବାଦାମକୁ ଘର ଆଗରେ ଗଦା କରି ରଖିଥିଲେ । ଗତକାଲି ରାତିରେ ଜଗି କରି ସେହି ବାଦାମ ଗଦା ଉପରେ ଶୋଇଥିଲେ । ଭୋର୍ରୁ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ପିଜୁସ୍ ଉଠିବା ପରେ ମୁଣ୍ଡ ଘୁରାଉଛି, ମୋତେ ସାପ କାମୁଡ଼ି ଦେଇଛି ବୋଲି କହିଥିଲେ । ପରିବାର ଲୋକେ ପ୍ରଥମେ ଚେରମୂଳି ଚିକିତ୍ସା କରିଥିଲେ । ପିଜୁସ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ କାଲିମେଳା ହସ୍ପିଟାଲ୍ ନିଆଯାଇଥିଲା । ମେଡିକାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପିଜୁସ୍ଙ୍କ ବାପା ପରିତୋଷଙ୍କ କିଛିବର୍ଷ ପୂର୍ବେ ରୋଗାକ୍ରାନ୍ତ ହୋଇ ମୃତୁ୍ୟ ଘଟିଥିଲା । ପରିବାର ଚଳାଇବା ଦାୟିତ୍ୱ ପିଜୁସ୍ଙ୍କ ଉପରେ ଥିଲା । ସେ ଧାନ, ବାଦାମ ଚାଷ କରି ପରିବାର ଚଳାଉଥିଲେ । ଘରର ଏକମାତ୍ର ରୋଜଗାରିଆ ପୁଅ ଅକାଳରେ ମୃତୁ୍ୟ ହେବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons