ମାଲକାନଗିରି: ମାଲକାନଗିରି କଲେଜ ପରିସରରେ ଯୁବ ରେଡ଼କ୍ରସ୍ ଜାତୀୟ ସେବା ସଂସ୍ଥା ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ପରିବହନ ଅଧିକାରୀ ରାମେଶ୍ୱର ପ୍ରଧାନ ଏବଂ ଏମ୍ଭିଆଇ ଖଗେଶ୍ୱର ମୁର୍ମୁଙ୍କ ପ୍ରଚେଷ୍ଟାରେ ଆୟୋଜନ କରାଯାଇଛି । ଏହି ସଚେତନ ସଭାରେ ଜିଲ୍ଲା ଯୁବ ରେଡ଼କ୍ରସ୍ର ସମ୍ପାଦକ ତଥା ଆବାହକ ଡ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅର୍ଥଶାସ୍ତ୍ର ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର ଯୋଗ ଦେଇଥିଲେ । ହେଲମେଟ୍ ପିନ୍ଧିବା, ଗାଡ଼ି ଚଳାଇବା ପାଇଁ ସ୍ୱୀକୃତିପତ୍ର ଲାଭ କରିବା, ଗାଡ଼ିର ଅନ୍ୟ କାଗଜପତ୍ର, ଜୀବନବୀମା କରିବା ଉପରେ ଆଲୋକପାତ କରିଥିଲେ । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପାଇଁ ସରକାରଙ୍କ ତରଫରୁ ୨୦୦୦ ଟଙ୍କା ସହାୟତା ଦିଆଯିବ । ଅଧ୍ୟାପକ ବି ଗୁପ୍ତେଶ୍ୱର ରାଓ, ଉମେଶ ଚନ୍ଦ୍ର ରାଉତ, ଗୌତମ କୁମାର ନାୟକ, ସୁଶାନ୍ତ ମାଝୀ, ବରିÂ କିରାଣି ଭାଗବତ ସ୍ୱାଇଁ, ଅନ୍ୟ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଏକ ଛୋଟ ରାଲି ଆୟୋଜିତ ହୋଇଥିଲା । କଲେଜର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଏହାକୁ ଉଦ୍ଘାଟନ କରିଥିଲେ ।
ରିପୋର୍ଟ: ସତ୍ୟ ପ୍ରକାଶ ସାମଲ
Comments are closed, but trackbacks and pingbacks are open.