ଉମରକୋଟ : ଉମରକୋଟ ସହରରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ର ଶେଷଦିନରେ ଗୋଟିଏ ଦୋକାନ ସିଲ୍ । ଅନ୍ୟ ଦୁଇଟି ଦୋକାନରୁ ହୋଇଛି ଜରିମାନା ଆଦାୟ । କରୋନା କଟକଣା ଅମାନ୍ୟ ଯୋଗୁଁ ପ୍ରଶାସନ ଏଭଳି କାର୍ଯ୍ୟାନୁÂାନ ନେଇଛି । ଲୋକମାନେ ମଧ୍ୟ ମାନୁନାହାନ୍ତି କରୋନା କଟକଣା । କରୋନା ସଂକ୍ରମଣ ବଢ଼ୁଥିବା ସତ୍ତେ୍ୱ ଲୋକମାନେ ଚେତୁନାହାନ୍ତି । ଜିଲ୍ଲାରେ ସଂକ୍ରମିତ ସଂଖ୍ୟା କମୁଥିବାବେଳେ ଉମରକୋଟରେ ସଂକ୍ରମିତଙ୍କ ସଂଖ୍ୟା ସମାନ୍ତରାଳରେ ରହିଛି । କିନ୍ତୁ ଲୋକେ କରୋନା କଟକଣାକୁ ହାଲ୍କା ଭାବେ ନେଉଥିବାରୁ ବହୁ ଜୀବନ ବିପଦକୁ ଠେଲି ହୋଇଯାଉଛି ।
ଉମରକୋଟ ପୁଲିସ ସହରରେ ପାଟ୍ରୋଲିଂ କରୁଥିବା ବେଳେ କଟକଣା ନ ମାନି କିଛି ଦୋକାନ ଖୋଲି ବ୍ୟବସାୟ କରୁଥିଲେ । ପୁଲିସ ୨ଟି ଦୋକାନରୁ ୧୫ ହଜାର ଲେଖାଏଁ ଫାଇନ ଆଦାୟ କରିଥିଲା । ଗୋଟିଏ ମୋବାଇଲ ଦୋକାନ ସିଲ୍ କରିଥିଲା । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନିଆଯାଉଛି, ତଥାପି ଅମାନିଆ ହେଉଛନ୍ତି ଲୋକେ । ୨ୟ ପର୍ଯ୍ୟାୟ ଲକ୍ଡାଉନ୍ ଆହୁରି କଡ଼ା କରାଯିବ ବୋଲି ପୁଲିସ କହିଛି । ଚଢ଼ଉବେଳେ ଉମରକୋଟ ଅତିରିକ୍ତ ତହସିଲଦାର ଉମେଶ ଚନ୍ଦ୍ର ପୂଜାରୀ, ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।
ରିପୋର୍ଟ : ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.