ଆଉ ୨୦୦ କରୋନା ସଂକ୍ରମିତ

Get real time updates directly on you device, subscribe now.

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପୁଣି ୨୦୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ନବରଙ୍ଗପୁର ସହରରେ ସର୍ବାଧିକ ୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ବ୍ଲକ୍ରେ ୭ ଜଣ, ଉମରକାଟ ସହରରେ ୧୦ ଜଣ, ଉମରକୋଟ ବ୍ଲକ୍ରେ ୧୭ ଜଣ, ଝରିଗାଁ ବ୍ଲକ୍ରେ ୩୦ ଜଣ, ରାଇଘର ବ୍ଲକ୍ରେ ୧୪ ଜଣ, ଚନ୍ଦାହାଣ୍ଡି ବ୍ଲକ୍ରେ ୧୦ ଜଣ, ଡାବୁଗାଁ ବ୍ଲକ୍ରେ ଜଣେ, ପାପଡ଼ାହାଣ୍ଡି ବ୍ଲକ୍ରେ ୧୬ ଜଣ, କୋଷାଗୁମୁଡ଼ା ବ୍ଲକ୍ରେ ୪ ଜଣ, ନନ୍ଦାହାଣ୍ଡି ବ୍ଲକ୍ରେ ୫୪ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨୦ ହଜାର ୩୭୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୭ ହଜାର ୭୨୬ ଜଣ ସୁସ୍ଥ ହୋଇଥିବାବେଳେ ୨୩୨୨ ଜଣ ସଂକ୍ରମିତ ହୋମ୍ ଆଇସୋଲେସନରେ ରହିଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons