ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତୁ୍ୟ, ଜଣେ ଗୁରୁତର

Get real time updates directly on you device, subscribe now.

ଜଳେଶ୍ୱର: ଜଳେଶ୍ୱର ନଂ୫୭ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ସିରିଜ ଦୁର୍ଘଟଣା ଘଟି ୨ଜଣଙ୍କ ମୃତୁ୍ୟ ହୋଇଛି ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ନିକଟରେ ଏକ ଡମ୍ପର ଓ ଧାନ ବୋଝେଇ ଟାଟା ଏସଇ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଅନ୍ୟପଟେ ଚନ୍ଦନେଶ୍ୱର ପଟୁ ଆସୁଥିବା ଏକ ଅଲ୍ଟୋ କାର ମଧ୍ୟ ଡମ୍ପରକୁ ପିଟି ହୋଇଥିଲା । ଫଳରେ ଟାଟା ଏସଇର ଡ୍ରାଇଭର ତଥା ମାଲିକ କୁଳମଣି ବେହେରା ଓ ଧାନ ବ୍ୟବସାୟୀ ସିଦେ୍ଧଶ୍ୱର ବେହେରାଙ୍କ ମୃତୁ୍ୟ ଘଟିଛି । ମୃତକମାନଙ୍କ ଘର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଆରୁହା ଗ୍ରାମରେ ବୋଲି ଜଣାପଡ଼ିଛି । ଏମାନେ ଦାଦା, ପୁତୁରା । ଉତ୍ତ୍ୟକ୍ତ ଲୋକମାନେ ଡମ୍ପର ଡ୍ରାଇଭରକୁ ମାରପିଟ୍ କରିବା ସହିତ ହାତ ଗୋଡ଼ ବାନ୍ଧି ଦେଇଥିଲେ । ଫଳରେ ସେ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ । କିଛି ସମୟ ପାଇଁ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ଡମ୍ପର ରେଜିଷ୍ଟେ୍ରସନ ନଂ ଓଆର୦୧ଏଚ-୯୯୯୫ ହୋଇଥିବା ବେଳେ ଟାଟା ଏସିଇ ନଂ ଓଡି୦୧ଟି-୧୩୭୩ ଓ ଅଲ୍ଟୋ କାର ନଂ ଓଡି୦୧ୱାଇ-୫୫୨୭ ବୋଲି ଜଣାପଡ଼ିଛି । ରାସ୍ତା ରୋକ ସମ୍ପର୍କରେ ଖବର ପାଇ ଜଳେଶ୍ୱର ତହସିଲଦାର ଶଙ୍କର ପଟ୍ଟନାୟକ ଦୁର୍ଘଟଣା ସ୍ଥାନରେ ପହଞ୍ଚିଥିଲେ । ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons