ବିରଳ ଧଳାପେଚା ଉଦ୍ଧାର

Get real time updates directly on you device, subscribe now.

ଜୟପୁର: ସ୍ଥାନୀୟ ଲିଙ୍ଗରାଜ ନଗରରୁ ଆଜି ଉଦ୍ଧାର ହୋଇଛି ଏକ ବିରଳ ଧଳାପେଚା । ସନ୍ତୋଷ ସାହୁଙ୍କ ଛାତ ଉପରେ ଥିବା ପାଣିଟାଙ୍କିରୁ ଏହି ଧଳାପେଚାକୁ ଉଦ୍ଧାର କରାଯାଇଛି । ଏହାକୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି ଲିଙ୍ଗରାଜନଗରର ସତୀଶ ନନ୍ଦ, ସହକାର ଅଲ୍ଲୀ ଓ ସନ୍ତୋଷ ସାହୁ । ଶ୍ରୀ ସାହୁ କହିଛନ୍ତି, ଛାତ ଉପରେ ଆଜି ପାଣିଟାଙ୍କି ସଫା କରିବାକୁ ଯାଇଥିଲେ । ପାଣିଟାଙ୍କି ଭିତରେ ଧଳାପେଚା ରହିଯାଇଥିଲା । ପବନରେ ପାଣିଟାଙ୍କିର ପ୍ଲେଟ ଉଡିଯାଇଥିବାରୁ ସେଭିତରେ ଧଳାପେଚା ପଶିଯାଇଥିଲା । ରେଞ୍ଜର ରଶ୍ମୀରଞ୍ଜନ ସ୍ୱାଇଁ କହିଛନ୍ତି, ବନବିଭାଗର କାର୍ଯ୍ୟାଳୟରେ ବର୍ତ୍ତମାନ ପେଚାକୁ ରଖାଯାଇଛି । ପେଚାଟି ଭୟଭୀତ ହୋଇଯାଇଛି । ଏଥିପାଇଁ ୨ରୁ ୩ ଦିନ ଖାଦ୍ୟଦେଇ ସୁରକ୍ଷିତ ରଖାଯିବ । ଏହା ପରେ ପେଚାକୁ ନେଇ ଜଙ୍ଗଲରେ ଛଡାଯିବ । ପେଚାର କୌଣସି ସ୍ଥାନରେ କ୍ଷତ ହୋଇନି । ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ଶ୍ରୀ ସ୍ୱାଇଁ କହିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons