ସ୍ତ୍ରୀକୁ ତଣ୍ଟି କାଟି ହତ୍ୟା, କାରଣ ଅସ୍ପଷ୍ଟ

Get real time updates directly on you device, subscribe now.

ଶେରଗଡ଼: ସ୍ତ୍ରୀକୁ ତଣ୍ଟି କାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଗତ ବିଳମ୍ବିତ ରାତିରେ ଶେରଗଡ଼ ଥାନା ଅନ୍ତର୍ଗତ ସୁବଳୟାପଲ୍ଲୀ ବିଶ୍ରାମାଗୃହ ନିକଟରେ ଘଟିଛି । ମୃତକ ମାର୍କଣ୍ଡ ନାୟକଙ୍କ ସ୍ତ୍ରୀ ମଞ୍ଜୁଳା ନାୟକ । ଆଜି ସକାଳୁ ପୁଲିସ ମୃତଦେହ ଜବତ କରିବା ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଥିବା ଶେରଗଡ଼ ଥାନା ଅଧିକାରୀ ମମତା ସାମନ୍ତରାୟ ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଡେଙ୍ଗାପଦର ଗ୍ରାମର ମାର୍କଣ୍ଡ କିଛି ଦିନ ହେଲା ଆଡ଼ପଡ଼ା ଗ୍ରାମର ମଞ୍ଜୁଳାକୁ ବିବାହ କରିଥିଲେ । ଶୁକ୍ରବାର ଦିନ ତମାମ ଦୁହେଁ ମିଶି ବୁଲାବୁଲି କରୁଥିଲେ । ରାତିରେ ଉକ୍ତ ବିଶ୍ରାମାଗାରରେ ଶୋଇବାକୁ ଯାଇଥିଲେ । ମାର୍କଣ୍ଡ କୌଣସି କାରଣକୁ ନେଇ ସ୍ତ୍ରୀର ବେକକୁ କାଟି ଦେଇଛି । ଘଟଣା ସ୍ଥଳରେ ମଞ୍ଜୁଳାଙ୍କ ମୃତୁ୍ୟ ହୋଇଛି । ଶନିବାର ସକାଳୁ ଥାନା ଅଧିକାରୀ ମମତା ସାମନ୍ତରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପାଳ କୃର୍ଷ୍ଣ ମଲ୍ଲିକ, ଆସିକା ଏସ୍ଡିପିଓ ଉମାଚରଣ ସିଂ ପହଞ୍ଚି ଥିଲେ । ଏନେଇ ଶେରଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତଦେହ ଜବତ କରାଯାଇ ବ୍ୟବଛେଦ ପାଇଁ ଆସିକା ପଠାଯାଇଛ । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons