କୁକୁଡ଼ାଖଣ୍ଡି: ଗର୍ଭବତୀ ଅବସ୍ଥାରେ କରୋନା ସଂକ୍ରମିତ ହୋଇ ଓ ପୁତ୍ର ସନ୍ତାନ ଜନ୍ମ ଦେବାର ଦିନକ ପରେ କୁକୁଡ଼ାଖଣ୍ଡି ବ୍ଲକ୍ ପଦରବାଲିର ଅଙ୍ଗନବାଡ଼ି କର୍ମୀ ଦୀପ୍ତିମୟୀ ଦେବୀଙ୍କ ବିୟୋଗ ଘଟିଥିଲା । ତାଙ୍କ ଶିଶୁ ପୁତ୍ର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇ ଏମ୍କେସିଜିରେ ଚିକିତ୍ସିତ ହେଉଥିଲା । ସୁସ୍ଥ ହେବା ପରେ ଶିଶୁକୁ ପରିବାର ଲୋକ ଘରକୁ ନେଇ ଆସିଛନ୍ତି । ଶନିବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମ୍ସି କମିଶନର୍ ସିଦେ୍ଧଶ୍ୱର ବଳିରାମ ବୋନ୍ଦାର, କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର ପ୍ରମୁଖ ମୃତ ଅଙ୍ଗନବାଡ଼ି କର୍ମୀଙ୍କ ବ୍ରହ୍ମପୁର ଗଜପତି ନଗରରେ ରହୁଥିବା ପରିବାର ପାଖରେ ପହଞ୍ଚିଥିଲେ । ଛୁଆର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ପରିବାର ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ଜିଲ୍ଲାପାଳ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଓ କୁକୁଡାଖଣ୍ଡି ଆଇସିଡିଏସ୍ ପକ୍ଷରୁ ୨୦ ହଜାର ଟଙ୍କା, ୭ ଦିନର ଶିଶୁ ପାଇଁ ବେବି କିଟ୍ ପ୍ରଦାନ କରାଯାଇଛି । ଦୀପ୍ତିଙ୍କ ସ୍ୱାମୀଙ୍କୁ ସହାୟତା ପ୍ରଦାନ ସହ ଆଶ୍ୱସନା ଦେଇଥିଲେ ଜିଲ୍ଲାପାଳ । ମେ ୩୧ ତାରିଖରେ ନିଜ ଶିଶୁକୁ ଜନ୍ମ ଦେବାର ଦିନକ ପରେ ଦୀପ୍ତିଙ୍କ ମୃତୁ୍ୟ ହୋଇଥିଲା ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.