ଜୟପୁର: କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଚିହ୍ନଟ ହେବା ପରେ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଶ୍ରୀ ବାହିନୀପତି ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ତାଙ୍କ ସଂସ୍ପର୍ଶର୍ରେ ଯେଉଁମାନେ ଆସିଛନ୍ତି, ସେମାନେ କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ତେବେ ଶ୍ରୀ ବାହିନୀପତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଦଳୀୟ କର୍ମୀ, ସମର୍ଥକ, ଶୁଭେଚ୍ଛୁ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, କରୋନା ଲକ୍ଷଣ ଦେଖାଦେବା ପରେ ଶ୍ରୀ ବାହିନୀପତି ଗତ ୩ ତାରିଖରେ ସ୍ୱାବ ପରୀକ୍ଷା କରାଇଥିଲେ । ଆଣ୍ଟିଜେନ ପରୀକ୍ଷାରୁ କରୋନା ନେଗେଟିଭ୍ ଆସିଥିଲା । କିନ୍ତୁ ଆରଟିପିସିଆର ରିପୋର୍ଟରେ ପଜିଟିଭ୍ ବାହାରିଥିଲା । ଏ ସମ୍ପର୍କରେ ଜାଣିବା ପରେ ଶନିବାର ରାତିରେ ହିଁ ଶ୍ରୀ ବାହିନୀପତି ଭୁବନେଶ୍ୱର ଯାଇଥିଲେ । ସେଠାରେ ଏକ ଘରୋଇ ମେଡିକାଲରେ ଏବେ ତାଙ୍କ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଜଣାପଡିଛି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.