ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଜାନିଗୁଡ଼ା ଗାଁରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ସୋନୁ ଖିଲ । ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ଗତ ବୁଧବାର ରାତିରେ ଜାନିଗୁଡା ଗ୍ରାମର ସୋନୁ ଖିଲ ଓ ତାଙ୍କ ପତ୍ନୀ ଶଶି ଖିଲଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଶଶିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ସୋନୁ । ଶଶି ଚିକ୍ରାର କରିବାରୁ ପଡେ଼ାଶୀ ସୋମନାଥ ଖିଲ, ଦଇତାରି ଖିଲ, ରଘୁ ପାଙ୍ଗି ଘଟଣାସ୍ଥଳରେ ପହଞ୍ଚିି ସୋନୁଙ୍କୁ ମାଡ ମାରିଥିଲେ । ଏଥିରେ ଗୁରୁତର ହୋଇଥିବା ସୋନୁଙ୍କୁ ସ୍ଥାନୀୟ କ୍ୱାକ୍ଙ୍କ ଦ୍ୱାରା ଘରୋଇ ଚିକିତ୍ସା କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ରହିବାର ସୋନୁଙ୍କ ମୃତୁ୍ୟ ହୋଇଛି । ଏନେଇ ତାଙ୍କ ପତ୍ନୀ ଶଶି ଚିତ୍ରକୋଣ୍ଡା ଥାନାରେ ଏତଲା ଦେବା ପରେ ପୁଲିସ ମୃତଦେହ ଜବତ କରି କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାରେ ପୁଲିସ ସୋମନାଥ ଖିଲ, ଦଇତାରି ଖିଲ, ରଘୁ ପାଙ୍ଗିଙ୍କୁ ଗିରଫ କରିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.