ଧର୍ମଗଡ: ଗର୍ଭବତୀ, ପ୍ରସୂତି ଓ ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପୁଷ୍ଟିହୀନତା ରୋକିବାକୁ ସରକାର ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଛତୁଆ, ଅଣ୍ଡା, ଲଡୁ ଆଦି ପୁଷ୍ଟିସାର ଖାଦ୍ୟ ରାଜ୍ୟର ସବୁ ପ୍ରାନ୍ତକୁ ଯୋଗାଣ କରୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ବ୍ଲକ୍ରେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଏହି କାର୍ଯ୍ୟରେ ସରକାର ମହିଳା ଏସ୍ଏଚ୍ଜିଙ୍କୁ ନିୟୋଜିତ କରିଥିବାବେଳେ ସେଥିରେ ମଧ୍ୟ ଏଠାରେ ବ୍ୟତିକ୍ରମ ଦେଖାଦେଇଛି । ମହିଳା ଗୋÂୀ ବଦଳରେ ବେପାରୀଙ୍କ କବଜାରେ ରହିଛି ଯୋଜନା । ଫଳରେ ନିମ୍ନମାନର ସାମଗ୍ରୀ ଯୋଗାଇ ବେପାରୀମାନେ ମାଲେମାଲ ହେଉଥିବା ଅଭିଯୋଗ ହେଉଛି । ବର୍ଷେ ତଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ବଣ୍ଟନ ହୋଇଥିବା ଛତୁଆ ପ୍ୟାକେଟରେ ପୋକ ସାଲୁବାଲୁ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏବେ ସେହି ବ୍ଲକ୍ରେ ପୁଣି ସାଦା ପଲିଥିନରେ ଛତୁଆ ବଣ୍ଟନ ଅଭିଯୋଗ କେଉଁଠି ନା କେଉଁଠି ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟଧାରା ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରୁଛି ।
ପ୍ରକାଶ ଯେ ପୁଷ୍ଟିସାର ପାଇଁ ସରକାର ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ହଳଦିଆ ପ୍ୟାକେଟ ଓ ୭ ମାସରୁ ୩ ବର୍ଷ ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପାଇଁ ସବୁଜ ପ୍ୟାକେଟ ବଣ୍ଟନ ବ୍ୟବସ୍ଥା କରିଛନ୍ତି । ୨ କେଜି ୨୨୦ ଗ୍ରାମ ବିଶିଷ୍ଟ ସବୁଜ ପ୍ୟାକେଟରେ ୧୫୩୧.୨୫ ଗ୍ରାମର ଗହମ, ୩୦୬.୨୫ଗ୍ରାମ ବୁଟ,୨୨୯.୬୯ଗ୍ରାମ ଚିନାବାଦାମ ଓ ୩୮୨.୮୧ ଗ୍ରାମ ଚିନି ରହିଥାଏ । ଛତୁଆ ସହ ଦେଢ଼ କେଜି ସୁଜି ମଧ୍ୟ ବଣ୍ଟନ କରାଯାଇଥାଏ । ସେହିପରି ହଳଦିଆ ପ୍ୟାକେଟରେ ମୋଟ ପରିମାଣ ୪ କେଜି ୪୧୦ ଗ୍ରାମ ଥିବାବେଳେ ତଦନୁଯାୟୀ ଉପରୋକ୍ତ ମିଶ୍ରଣ ରହିଥାଏ । ଏହି ପ୍ୟାକେଟ ୬୧୦ ଗ୍ରାମର ଚିନାବାଦାମ ଲଡୁ ମଧ୍ୟ ବଣ୍ଟନ କରାଯାଇଥାଏ । ମହିଳା ଗୋÂୀମାନେ ଏହି କାର୍ଯ୍ୟ ନିର୍ବାହ କରିଥାନ୍ତି । ଗୋଲାମୁଣ୍ଡାରେ ମୋଟ ୭ଟି ସେକ୍ଟର ଥିବାବେଳେ ୫ଟି ସେକ୍ଟରର ଦାୟିତ୍ୱ କେଗାଁ ସ୍ଥିତ ମାଁ ଦୁଆରସନି ମହିଳା ସ୍ୱୟଂ ସହାୟକ ଗୋÂୀ ନେଇଛି ଏବଂ ଅନ୍ୟ ଦୁଇଟି ବନଦୁର୍ଗା ସ୍ୱୟଂ ସେହାକ ଗୋÂୀ ଦ୍ୱାରା ପରିଚାଳିତ । ବୃନ୍ଦାବାହାଲ, ଗୋଲାମୁଣ୍ଡା, ମାନଝରୀ, ବନ୍ଧା ଗାଁ, କେଗାଁ, ହାଲିଙ୍ଗ ଓ ଫରଙ୍ଗ ସମେତ ୭ ଟି ସେକ୍ଟର ରହିଛି । ଗୋଲାମୁଣ୍ଡା ଓ ବୃନ୍ଦାବାହାଲ ସେକ୍ଟରକୁ ଭୁକ୍ତାମୁଣ୍ଡା ବିଶ୍ୱ ମାଁ ବନ ଦୁର୍ଗା ସ୍ୱୟଂ ସହାୟକ ଗୋÂୀ ଓ ଅନ୍ୟନ୍ୟ ୫ଟି ସେକ୍ଟରକୁ ମାଁ ଦୁଆର୍ଶନୀ କେଗାଁ ସ୍ୱୟଂ ସହାୟକ ଗୋÂୀ ଦୀର୍ଘ ବର୍ଷରୁ ଛତୁଆ ପ୍ରଦାନ କରୁଛନ୍ତି । ନିୟମ ଅନୁଯାୟୀ ଛତୁଆ ପ୍ୟାକିଂ ସମୟରେ ସିଡିପିଓ, ମହିଳା ପରିଦର୍ଶିକା, କିମ୍ବା ଉପ-ଜିଲାପାଳଙ୍କ ଉପସ୍ଥିତରେ ପ୍ରସ୍ତୁତକାରୀଙ୍କ ନାମ, ଠିକଣା, ପ୍ରସ୍ତୁତ ତାରିଖ, ବ୍ୟବହାର ସମୟ ଅବଧି ଓ ମିଶ୍ରଣ ଉପାଦାନ ସବୁ ଉଲ୍ଲେଖ ରହିବା କଥା । କିନ୍ତୁ ଗତ ଜୁନ ୧ ତାରିଖରେ ବଣ୍ଟନ ହୋଇଥିବା ଛତୁଆରେ କେବଳ ଅଟା ରହିଥିବା ବେଳେ ଛତୁଆ ପ୍ୟାକେଟ୍ରେ ଛତୁଆ ସମ୍ବନ୍ଧୀୟ କୌଣସି ସୂଚନା ଉଲ୍ଲେଖ ନାହିଁ । ପ୍ୟାକିଂ ସମୟରେ ଉପରୋକ୍ତ ଅଧିକାରୀଙ୍କ ନଜରକୁ ଏହା ଆସିଲାନି କିପରି ନା ସମସ୍ତଙ୍କୁ ଅଣଦେଖା କରି ପ୍ରସ୍ତୁତକାରୀ ସଂସ୍ଥା ପ୍ୟାକିଂ କଲା ତାହା ତଦନ୍ତ ସାପେକ୍ଷ । ଏଭଳି ଖାମଖିଆଲି ନୀତି ପୁଷ୍ଟିହୀନତା ଦୂର କରିବା ବଦଳରେ ଆଉ ଏକ ନୂତନ ସମସ୍ୟା ସୃଷ୍ଟି କରିପାରେ ।
ଏନେଇ ଗୋଲାମୁଣ୍ଡା ସିଡିପିଓ ପ୍ରେମ ମଞ୍ଜରୀ ସାହୁଙ୍କୁ ପଚାରିବାରୁ ଘଟଣା ତାଙ୍କ ନଜରକୁ ଆସିଛି ବୋଲି କହିଥିଲେ । କିନ୍ତୁ ସବୁ ପ୍ୟାକେଟ ନୁହେଁ, କିଛି ସାଦା ପ୍ୟାକେଟ ଛତୁଆ ବଣ୍ଟନ ହୋଇଛି । ଲକଡାଉନ ଯୋଗୁଁ ସଂପୃକ୍ତ ଗୋÂୀ ପଲିଥିନ ଆଣିବା ସମ୍ଭବ ହେଲା ନାହିଁ ବୋଲି ଏପରି ହୋଇଥିବା ସେ କହିଛନ୍ତି । ତେବେ ଏହି ଘଟଣା ଉପରେ ଜିଲ୍ଲ ପ୍ରଶାସନ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.