ଯୌତୁକ ପାଇଁ ଝିଅକୁ ହତ୍ୟା କରିଥିବା ଅଭିଯୋଗ

Get real time updates directly on you device, subscribe now.

ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା ସଦରଥାନା ଅନ୍ତର୍ଗତ କୁଶଙ୍ଗ ଗାଁରେ ଅଭାବନୀୟ ଘଟଣା ା ତିନି ବର୍ଷ ତଳେ ବିବାହ କରିଥିବା ମହିଳାଙ୍କୁ ଯୌତୁକ ଦାବୀରେ ହତ୍ୟା ଅଭିଯୋଗ ା ମ୍ରୁତ ମହିଳା ହେଲେ କୁଶଙ୍ଗ ଗାଁ ର ଭୀଷ୍ମଦେବ ଓରଫ୍ ଗୋପାଳ ସାହୁ ଙ୍କ ସ୍ତ୍ରୀ ରଜନୀ ସାହୁ ା ବୟସ ୨୬ ବର୍ଷ ା ଲୋଇସିଂହା ଥାନା ବାଞ୍ଜିପାଲି ଗାଁ ର ଟଙ୍କଧର ସାହୁଙ୍କ ଝିଅ ରଜନୀ ଗତ ୩ ବର୍ଷ ତଳେ କୁଶଙ୍ଗ ଗାଁ ର ଭୀଷ୍ମଦେବଙ୍କୁ ବିବାହ କରିଥିଲେ ା ସେମାନଙ୍କ ଏକ ଦେଢ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି ା ତେବେ କନ୍ୟା ସନ୍ତାନ ଜନ୍ମ ହେବା ପରେ ସ୍ବାମୀ, ଶାଶୁ ଓ ଶ୍ବଶୁର, ବାପ ଘରୁ ଟଙ୍କା ଓ ସୁନା ଗହଣା ଦାବୀ କରି ନିର୍ୟ୍ୟାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା ା ତେବେ ଗତକାଲି ସୋମବାର ଅପରାହ୍ନ ୪ ଟା ସମୟରେ ରଜନୀଙ୍କ ମ୍ରୁତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଛି ା ବଲାଙ୍ଗୀର ସଦରପୋଲିସ ଘଟଣା ସଂପର୍କରେ ଖବର ପାଇ ମ୍ରୁତଦେହ ଟିକୁ ଗତକାଲି ସଂଧ୍ୟାରେ ଜବତ କରି ଥିଲା ା ବଲାଙ୍ଗୀର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଆଜି ମଧ୍ୟାହ୍ନରେ ମ୍ରୁତଦେହଟିକୁ ବ୍ୟବଚ୍ଛେଦ କରାଯିବା ପରେ ଆଜି ମହିଳାଙ୍କ ବାପା ଙ୍କୁ ହସ୍ତାନ୍ତର କରାଯାଇଛି ା ମ୍ରୁତ ମହିଳାଙ୍କ ଭାଇ ଅନନ୍ତ କୁମାର ସାହୁଙ୍କ ଲିଖିତ ଅଭିଯୋଗ ପରେ ବଲାଙ୍ଗୀର ସଦର ପୋଲିସ ଅଭିଯୁକ୍ତ ସ୍ବାମୀ ଗୋପାଳ ଓରଫ୍ ଭୀଷ୍ମଦେବ ସାହୁ ଓ ଶ୍ବଶୁର ସୁଦର୍ଶନ ସାହୁ କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ା ରଜନୀ କୁ ଅଧିକ ଯୌତୁକ ଦାବୀରେ ଗଳା ଚିପି ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଗିରଫ କରିବାକୁ ମ୍ରୁତ ମହିଳାଙ୍କ ସଂପର୍କୀୟମାନେ ଦାବୀ କରିଛନ୍ତି ା

ରିପୋର୍ଟ: ଗୁପ୍ତେଶ୍ୱର ପୁଷ୍ଟି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons