ଲକ୍ଷାଧିକ ଟଙ୍କାର ମଦ ଜବତ, ୨ ଗିରଫ

Get real time updates directly on you device, subscribe now.

ଜୟପୁର: ବେଆଇନ ମଦ କାରବାର ଅଭିଯୋଗରେ ଟାଉନ୍ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସ୍ଥାନୀୟ ନୂଆସାହିର ସନ୍ତୋଷକୁମାର ମାର୍ଥା(୩୮) ଏବଂ ପାଇଲସାହିର ଘାସି ନାୟକ(୩୫) । ଉଭୟଙ୍କ ପାଖରୁ ୨୮୮ ବୋତଲ ବିଦେଶୀ ମଦ ଜବତ କରାଯାଇଛି । ଜବତ ମଦର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ ଧାରା ୪୧ରେ ନୋଟିସ୍ ଦିଆଯାଇ ଛଡ଼ାଯାଇଥିବା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ସହରରେ ବେଆଇନ ମଦ କାରବାର ଚାଲିଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା । ଗତ ୭ ତାରିଖ ରାତିରେ ଆଇଆଇସି ଶ୍ରୀ ମଣ୍ଡଳଙ୍କ ନେତୃତ୍ୱରେ ଏସ୍ଆଇ ରିଗାନ୍ କିଣ୍ଡୋ, ବିଷ୍ଣୁଚରଣ ବେହେରା, ଏଏସ୍ଆଇ ବାସୁଦେବ ମାଝି ଏବଂ ଅନ୍ୟ କର୍ମଚାରୀ ସହରର ବିଭିନ୍ନ ସାହିରେ ଚଢଉ କରିଥିଲେ । ନୂଆସାହି ଏବଂ ପାଇଲ ସାହିର ଉଭୟ ଅଭିଯୁକ୍ତଙ୍କ ଘରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ମହଜୁଦ ଥିଲା । ସେମାନେ ବେଆଇନ ଭାବେ ମଦ ବିକ୍ରି କରୁଥିବା ମାନିଥିଲେ । ଉଭୟଙ୍କ ଘରୁ ୯୭ ଲିଟର ମଦ ଜବତ କରାଯାଇଥିଲା । ଅବକାରୀ ଆଇନ୍ ଅନୁଯାୟୀ ଥାନାରେ ୨ଟି ମାମଲା ରୁଜୁ କରାଯାଇଥିଲା । ପରେ ୪୧ରେ ନୋଟିସ୍ ଦିଆଯାଇଥିଲା । ଏସ୍ଆଇ ଶ୍ରୀ ବେହେରା ଗୋଟିଏ ଏବଂ ଏଏସ୍ଆଇ ଶ୍ରୀ ମାଝି ଅନ୍ୟ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons