ନାରାୟଣପାଟଣା: ନାରାୟଣପାଟଣା ବ୍ଲକ୍ କୁମ୍ଭାରୀ ପଞ୍ଚାୟତ ବାଗାମ ଗାଁରେ ବଜ୍ରପାତରେ ଗୋଟିଏ ବଳଦର ମୃତୁ୍ୟ ହୋଇଛି । ମୃତ ବଳଦ ଗାଁର ହବିକା ସାନ୍ଦ୍ରଙ୍କ ବୋଲି ଜଣାପଡିଛି । ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ, ସବୁଦିନ ପରି ମଙ୍ଗଳବାର ଗାଁର ଗୋରୁଗୋଠ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା । ସନ୍ଧ୍ୟାରେ ଫେରୁଥିବା ଝଡ଼ବର୍ଷା ଆରମ୍ଭ ହୋଇଥିଲା । ଜୋର୍ରେ ପବନ ବୋହିବା ସହ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ବର୍ଷାରୁ ରକ୍ଷା ପାଇବା ଲାଗି ବଳଦଟି ଏକ ଗଛ ମୂଳରେ ଆଶ୍ରୟ ନେଇଥିଲା । ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ବଳଦର ମୃତୁ୍ୟ ହୋଇଥିଲା । ଗାଁର ଅନ୍ୟ ଗୋରୁ ଗାଁକୁ ଫେରିଥିଲେ ମଧ୍ୟ ହବିକାଙ୍କ ବଳଦ ରାତି ସାଢେ ୮ଟା ପର୍ଯ୍ୟନ୍ତ ଘରକୁ ଫେରିନଥିଲା । ଫଳରେ ହବିକା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଏକ ଗଛ ମୂଳରେ ବଳଦର ମୃତଦେହ ପଡିଥିବା ଦେଖିଥିଲେ । ଆଗକୁ ଖରିଫ ଚାଷ । ହଳ ଯୋଡୁଥିବା ଗୋଟିଏ ବଳଦର ମୃତୁ୍ୟ ହୋଇଥିବାରୁ ସେ କିପରି ଚାଷ କରିବେ, ତାକୁ ନେଇ ଚିନ୍ତାରେ ପଡିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.