ଜୟପୁର: ସ୍ଥାନୀୟ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ମୃତକ ହେଉଛନ୍ତି ସହରର ଜଣେ ୬୦ ବର୍ଷୀୟ ବୃଦ୍ଧ । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲା । ପୂର୍ବରୁ ସେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଶବ ସ+ାର କରାଯାଇଛି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନି । ଆଜିର ମୃତକଙ୍କୁ ମିଶାଇଲେ ଏବର୍ଷ ଆଜି ପର୍ଯ୍ୟନ୍ତ ବେସରକାରୀ ଭାବେ ହୋମ୍ ଆଇସୋଲେସନ୍, କୋଭିଡ୍ କେୟାର ସେଣ୍ଟର ଏବଂ ସ୍ଥାନୀୟ କୋଭିଡ୍ ହସପିଟାଲରେ ମୋଟ ୮୬ ଜଣଙ୍କ ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଏ ବର୍ଷ କରୋନାରେ ୨୭ ଜଣଙ୍କ ମୃତୁ୍ୟ ହୋଇଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଗତ ଏବଂ ଏବର୍ଷ ମିଶାଇଲେ ୪୪ ଜଣଙ୍କ ମୃତୁ୍ୟ ହୋଇଥିବା ସରାକରୀ ତଥ୍ୟ କହୁଛି ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ ପୂର୍ବରୁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ । ଗତ ୮ ତାରିଖରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ସହରର ଏକ ଘରୋଇ କ୍ଲିନିକ୍କୁ ପରିବାର ଲୋକେ ନେଇଥିଲେ । ଶରୀରରେ ଅମ୍ଳଜାନ ସ୍ତର କମ୍ ଥିବାରୁ ତାଙ୍କୁ ଜିଲ୍ଲା ହସପିଟାଲ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ରାତିରେ ଡିଏଚଏଚ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତର ଅଧିକ ଚିକିତ୍ସା ଲାଗି ଏଠାକାର କୋଭିଡ୍ ହସପିଟାଲକୁ ରେଫର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତିି କରାଯାଇ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା । ଡାକ୍ତରଙ୍କ ଉଦ୍ୟମ ସତ୍ତେ୍ୱ ବିଳମ୍ବିତ ରାତିରେ ତାଙ୍କ ମୃତୁ୍ୟ ହୋଇଥିଲା । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲା । ଆମ୍ବୁଲାନ୍ସରେ ମୃତଦେହ କୋଟପାଡ଼ ନିଆଯାଇ ସେଠାରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.