କୋରାପୁଟ: ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଛତିଶଗଡ଼ ସୀମାକୁ ଲାଗିକିଥିବା ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ସଂଘଟିତ ଗୁଳି ବିନିମୟରେ ଛତିଶଗଡ଼ ରାଜ୍ୟର ଡିସିଏମ୍ ର୍ୟାଙ୍କର ଜଣେ କ୍ୟାଡ଼ର ନrଲର ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ ୧୦ରୁ ୧୫ ଜଣିଆ ଦଳର ଅନ୍ୟ ସଦସ୍ୟମାନେ ଫେରାର ହୋଇଥିବା ବରଗଡ଼ ଏସ୍ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି । ତେବେ ୧୦ ବର୍ଷ ପରେ ପୁଲିସ୍ ଗୁଳିରେ ଜଣେ କ୍ୟାଡ଼ର ନrଲର ମୃତୁ୍ୟ ହୋଇଥିବା ବେଳେ ଦୁଇ ବର୍ଷ ପରେ ଜିଲ୍ଲାରେ ପୁଣି ଥରେ ନrଲଙ୍କ ଆତଯାତ ପୁଲିସ୍ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି ।
ବରଗଡ଼ ପୁଲିସ୍ ମୁଖ୍ୟାଳୟରେ ଏସ୍ପି ଶ୍ରୀମତୀ ସାହୁଙ୍କ ଉପସ୍ଥିତିରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଆଇଜି ନରସିଂହ ଭୋଳ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ (ବିବିଏମ) ଡିଭିଜନର କ୍ୟାଡ଼ର ମାଓବାଦୀମାନେ ଝାଞ୍ଜ ପାହାଡ଼ ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ଏସପି ଶ୍ରୀମତୀ ସାହୁ ଗୁରୁବାର ଗୁଇନ୍ଦା ସୂଚନା ପାଇବା ପରେ ତାଙ୍କ ନିଦେ୍ର୍ଧଶରେ ଏସ୍ଓଜି ଟିମ ଓ ଡିଭିଏଫ୍ ଟିମ ମିଳିତ ଭାବେ ଆଣ୍ଟିନrଲ ଅପରେସନ ଆରମ୍ଭ କରି ଝାଞ୍ଜ ଜଙ୍ଗଲରେ ପ୍ରବେଶ କରିଥିଲେ । ରାତିସାରା କମ୍ବିଂ ଜାରି ରହିଥିବା ବେଳେ ଶୁକ୍ରବାର ସକାଳେ ଏକ ୧୫-୨୦ ଜଣିଆ ଟିମକୁ ଠାବ କରିଥିଲେ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଦେଖି ଆତ୍ମସମର୍ପଣ ପାଇଁ ମିଳିତ ଟିମ୍ ଆହ୍ୱାନ ଦେଇଥିଲେ । ହେଲେ ନrଲମାନେ ହଠାତ ଗୁଳିଚାଳନା କରିବା ପରେ ପୁଲିସ୍ ପାଲଟା ଗୁଳିଚାଳନା କରିଥିଲା । ଅଧ ଘଣ୍ଟା ଗୁଳିଚାଳନା ପରେ ନrଲ ଟିମ ଛତ୍ରଭଙ୍ଗ ଦେଇଥିଲେ । ମିଳିତ ଟିମ୍ ଛାନଭିନରୁ ଜଣେ ନrଲର ମୃତଦେହ ଠାବ ହୋଇଥିଲା । ସେ ବ୍ୟବହାର କରୁଥିବା ଏକ ଏକେ-୪୭ ରାଇଫଲ ଓ ଗୁଳି ଉଦ୍ଧାର କରିଥିଲେ । ଖାନତଲାସୀରୁ ସେମାନେ ବ୍ୟବହାର କରୁଥିବା ୯ ରାଉଣ୍ଡ ୭.୬୨ ଏମଏମ ଜୀବନ୍ତ ଗୁଳି, ୩ଟି ମ୍ୟାଗଜିନ, ଇଲେକ୍ଟ୍ରିକ ଡେ଼ଟୋନେଟର, ଗୋଟିଏ ଏମୁନେସନ ପାଉଚ, ୫ଟି ହାଭେରସାକ, ୨ଟି ସୋଲାର ପ୍ଲେଟ, ୨ଟି ମୋବଇଲ ଚାର୍ଜର, ଗୋଟିଏ ହାତଘଡ଼ି, ୨ ସେଟ ରେଡ଼ିଓ, ୩ଟି ପ୍ଲାଷ୍ଟିକ ପାଣିଜାର, ଅଲିଭ ଗ୍ରୀନ ସିଟ ଓ ପେଣ୍ଟ, ଗୋଟିଏ କଳାରଙ୍ଗର ୱେବବେଲ୍ଟ, ମେନପେକ ଓ ଚାର୍ଜର, ବିଭିନ୍ନ ପ୍ରକାର ଔଷଧ ସହ ମାଓ ପ୍ରଚାର ପୁସ୍ତିକା ଜବତ କରାଯାଇଛି । ବଡ଼ବଡ଼ ବାସନକୁସନ ମିଳିଥିବାରୁ ବହୁ ମାଓବାଦୀ ଥିବା ସ୍ପଷ୍ଟ ହେଉଛି ବୋଲି ଆଇଜି ଶ୍ରୀ ଭୋଳ ସୂଚନା ଦେଇଛନ୍ତି । ମୃତ ନrଲର ଫଟୋ ବିଭିନ୍ନ ଥାନାକୁ ପଠାଯାଇଛି । ତାକୁ ଧୁରନ୍ଧର ମାଓବାଦୀ ରବୀନ୍ଦର ବୋଲି ପୁଲିସ ଚିହ୍ନଟ କରି ବିବିଏମ୍ ଡ଼ିଭିଜନ ପାଇଁ ଏହା ଏକ ବଡ଼ ଧକ୍କା ବୋଲି ପ୍ରକାଶ କରି ଶ୍ରୀ ଭୋଳ ବରଗଡ଼ ପୁଲିସ୍କୁ ପ୍ରଶଂସା କରିଛନ୍ତି । ରବୀନ୍ଦ୍ର ବିବିଏମ ଡିଭିଜନକୁ ପରିଚାଳନା କରୁଥିବା ବେଳେ ଆଜିର ଘଟଣା ମାଓ ନିୟନ୍ତ୍ରଣରେ ସହାୟତା କରିବ ବୋଲି ଏସ୍ପି ଶ୍ରୀମତୀ ସାହୁ ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ ପୁଲିସ୍ ପକ୍ଷରୁ କେହି ଗୁରୁତର ଆହତ ହୋଇନଥିବା ବେଳେ କମ୍ବିଂ ଜାରିରଖାଯାଇଥିବା ସୂଚନା ଦେଇ ଏସପି ଉଭୟ ରାଜ୍ୟର ସୀମାରେ ଘଟଣାଟି ସଂଘଟିତ ହୋଇଥିବାରୁ ଆବଶ୍ୟକ ପଡ଼ିଲେ ଉଭୟ ଜିଲ୍ଲା ପୁଲିସ୍ ପକ୍ଷରୁ ମିଳିତ ଯାଞ୍ଚ କରାଯିବ ବୋଲି ସୂଚନା ଦେଇ ସାମିଲ ଏସଓଜି ଏବଂ ଡିଭିଏଫ ଟିମକୁ ପ୍ରଶଂସା କରିଛନ୍ତି ।
ରିପୋର୍ଟ: ସତ୍ୟ ନାରାୟଣ ସହୁଙ୍କ ସହ ବାସୁଦେବ ଜେନା
Comments are closed, but trackbacks and pingbacks are open.