ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ କବିତା ସଙ୍କଳନ

Get real time updates directly on you device, subscribe now.

ଭୁବନେଶ୍ୱର: ପୁସ୍ତକ ‘ବିଅଣ୍ଡ୍ ହିଅର୍ ଆଣ୍ଡ୍ ଅଦର ପୋଏମ୍ସ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକର୍ପଣ କରିଛନ୍ତି । ଓଡ଼ିଶା ସରକାରଙ୍କ ବରିÂ ପ୍ରଶାସନିକ ଅଧିକାରୀ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ମୋଟ୍ ୬୧ଟି କବିତାର ଏକ ଉଜ୍ଜ୍ୱଳ ସମ୍ଭାର ହେଉଛି ଏଇ କବିତା ଗ୍ରନ୍ଥ । ଯାହାକୁ ସେ ରଚନା କରିଛନ୍ତି । ନୂଆଦିଲ୍ଲୀର ହର୍-ଆନନ୍ଦ ପବ୍ଲିକେଶନ୍ସ ଦ୍ୱାରା ପୁସ୍ତକଟି ପ୍ରକାଶ ପାଇଛି । ଏହାର ପ୍ରାୟ କବିତାରେ ଜୀବନ ଓ ଜୀବନୋତ୍ତର ସତ୍ୟ ଅତି ସରଳ ଓ ଭାବୋଦ୍ଧୀପକ । ଜୀବନର ଅନୁଭୂତି, ମୃତୁ୍ୟର ଧାରଣା ଏବଂ ଏକ ଦାର୍ଶନିକ ଚିନ୍ତାଧାରାର ପ୍ରତିଫଳନ । ମୋଟାମୋଟି, ଏହା ଏକ ଯାତ୍ରା ଯାହା ଜୀବନର ଅନେକଗୁଡ଼ିଏ ରଙ୍ଗ ଏବଂ ବାହାରେ ଥିବା ସ୍ଥାନକୁ ଖୋଜେ । ୧୬୧ ପୃଷ୍ଠା ସମ୍ବଳିତ ଏହି ପୁସ୍ତକର ଉପକ୍ରମଣିକା ଲେଖିଛନ୍ତି ପ୍ରଖ୍ୟାତ ଲେଖକ ହରପ୍ରସାଦ ଦାସ ଏବଂ ପ୍ରଚ୍ଛଦ ଡିଜାଇନ୍ କରିଛନ୍ତି ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons