୩ବର୍ଷର ଝିଅକୁ ହତ୍ୟା କଲା ବାପା

Get real time updates directly on you device, subscribe now.

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକ ବାହାଲ ଗାଁର ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି । ୩ବର୍ଷର ଝିଅକୁ ହତ୍ୟା ପରେ ଅନ୍ୟ ୩ଝିଅ ଓ ମାକୁ ହତ୍ୟା ଉଦ୍ୟମ । ସମସ୍ତେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି ।
ଖବର ଅନୁଯାୟୀ, ଗୋବିନ୍ଦପୁର ଥାନା ଯୌତୁକ ବାହାଲ ଗାଁର ଶୁକ୍ରୁ ଓରାମ ନାମକ ଜଣେ ବ୍ୟକ୍ତି ନିଜର ୩ ବର୍ଷର ଝିଅକୁ ହତ୍ୟା କରିଛି । ଏହାସହିତ ଆଉ ୩ଜଣ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ସେମାନେ କୌଶଳକ୍ରମେ ବର୍ତ୍ତିଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟାଇବା ପରେ ନିଜ ଆତ୍ମହତ୍ୟା ଉଦ୍ୟମ କରିଥିଲା ଶୁକ୍ରୁ । ଘଟଣାସଂପର୍କରେ ପୋଲିସ ପହଞ୍ଚି ଶୁକ୍ରୁଙ୍କୁ ଗୁରୁତର ଭାବେ ଉଦ୍ଧାର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons