ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶିଳ୍ପାଞ୍ଚଳ କଣ୍ଟାବଣିଆର ଏକ ହଣ୍ଟିଂ ଜୋନରୁ ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ମହିଳା ଜଣଙ୍କ ପାଲଲହଡ଼ା ଘୋଡାପଦାର ଲକ୍ଷ୍ମୀ ପୂର୍ତ୍ତି ବୋଲି ଜଣାପଡିଛି । ଘଟଣାସ୍ଥଳରେ କଣ୍ଟାବଣିଆ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ମୃତ ଲକ୍ଷ୍ମୀ ଦେବଗଡ଼ର ଅଜୟ କିଷାନ ନାମକ ଜଣେ ଡ୍ରାଇଭରଙ୍କ ରକ୍ଷିତା ଭାବେ ଏହି ହଣ୍ଟିଂ ଜୋନରେ ରହୁଥିଲେ । ଅଜୟ କଣ୍ଟାବଣିଆ ଅଞ୍ଚଳରେ ରହି ଏକ ଟ୍ରକ ଡ୍ରାଇଭିଂ କରନ୍ତି । ତେବେ ଶନିବାର ସକାଳୁ ଲକ୍ଷ୍ମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ନେଇ ଅଜୟଙ୍କ ଉପରେ ସନ୍ଦେହ କରିଛି ପୋଲିସ । ଫଳରେ ଅଜୟକୁ ଅଟକ ରଖି କଣ୍ଟାବଣିଆ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons