ତିନୋଟି ଔଷଧ ହୋଲସେଲର ଉପରେ ଚଢ଼ାଉ

Get real time updates directly on you device, subscribe now.

ରାଉରକେଲା: କଟକରେ କେତେକ ଔଷଧ ଦୋକାନ ଉପରେ ଡ୍ରଗ୍ସ୍ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସେଠାରୁ ସ୍ପୁରିଅସ୍ କମ୍ପାନୀର ଔଷଧ ଜବତ କରାଯାଇଛି । ତେବେ କଟକରୁ ଏହି ଔଷଧ ରାଉରକେଲାକୁ ଆସିଥିବା ସୂଚନା ମିଳିବା ପରେ ରାଉରକେଲା ଡ୍ରଗ୍ସ୍ ଇନ୍ସପେକ୍ଟର ଅଞ୍ଜନ କୁମାର ସାହୁଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଆଜି ଭୋର ସମୟରେ ତିନୋଟି ଔଷଧ ହୋଲସେଲ୍ଙ୍କ ଦୋକାନ ଉପରେ ଚଢ଼ାଉ କରିଥିଲେ । ସେଠାରୁ ସ୍ପୁରିଅସ୍ କମ୍ପାନୀର ଆଣ୍ଟି ବାୟୋଟିକ୍ ଓ ଆଣ୍ଟି କଲ୍ଡ ଔଷଧ ଜବତ କରାଯାଇଛି ।
କଟକରୁ ରାଉରକେଲାକୁ ଏହାର ଚେର ଲମ୍ବିଥିବା ଜଣାପଡ଼ିବା ପରେ ଡ୍ରଗ୍ସ୍ ଇନ୍ସପେକ୍ଟର ଶ୍ରୀ ସାହୁ ଓ ପୁଲିସ୍ ଟିମ୍ ମିଳିତ ଭାବେ ସ୍ଥାନୀୟ ଜିଟି ଲେନ୍ରେ ଥିବା ଭାରତ ଫାର୍ମାସୁ୍ୟଟିକାଲ, ଓରାମପଡ଼ାରେ ଥିବା ମେଡିକେୟାର ଓ ଇଣ୍ଡେ ଇଂଲିଶ ସ୍କୁଲ ନିକଟରେ ଥିବା ବି.ଆର. ଫାର୍ମାସୁ୍ୟଟିକାଲ ଉପରେ ଚଢ଼ାଉ କରାଯାଇଥିଲା । ଦୁଇଟି ଦୋକାନରୁ ମ୍ୟାକ୍ସ ହେଲଥ୍ କେୟାର ନାମକ ସ୍ପୁରିଅସ୍ କମ୍ପାନୀର ଔଷଧ ଜବତ କରାଯାଇଛି । ଉକ୍ତ ଦୁଇଟି ଦୋକାନରୁ ୩୦୦ରୁ ଅଧିକ ଆଣ୍ଟି ବାୟୋଟିକ୍ ଓ ଆଣ୍ଟି କଲ୍ଡ ଷ୍ଟ୍ରିପ୍ ଔଷଧ ଜବତ କରାଯାଇଥିବା ଜଣାପଡ଼ିଛି । ମ୍ୟାକ୍ସ୍ ହେଲଥ୍ କେୟାର ପ୍ରାଇଭେଟ୍ ଲିମିଟେଡ୍ ଏକ ସ୍ପୁରିଅସ୍ କମ୍ପାନୀ ହୋଇଥିବାରୁ ଏହି କମ୍ପାନୀର ସମସ୍ତ ଔଷଧ ବଜାରରେ ବିକ୍ରି ଉପରେ କଟକଣା ଜାରି କରାଯାଇଛି ବୋଲି ଡ୍ରଗ୍ସ୍ ଇନ୍ସପେକ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏପରିକି ଏହା ମାନବ ଶରୀର ପ୍ରତି କ୍ଷତିକାରକ ବୋଲି ସେ କହିଛନ୍ତି । ଜବତ ହୋଇଥିବା ଔଷଧଗୁଡ଼ିକୁ ଯାଞ୍ଚ କରାଯିବା ଲାଗି ପଠାଯିବା ସହ ଔଷଧ ଦୋକାନର ଷ୍ଟକ୍ ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଏହି ଔଷଧ ଆଉ କେଉଁ କେଉଁ ଔଷଧ ଦୋକାନକୁ ଯାଇଛି ତାହାର ମଧ୍ୟ ଯାଞ୍ଚ ଚାଲିଛି । ସେପଟେ ଏହି ଔଷଧ ବିକ୍ରି ଉପରେ କଟକଣା ଜାରି ହୋଇଥିବା ବେଳେ ଏହା କେମିତି ରାଉରକେଲାକୁ ଆସିଲା, କିଏ ଅର୍ଡର ନେଇଥିଲା ଓ କେବେଠୁ ଏହି ଔଷଧ ଆସୁଥିଲା ତାହାର ମଧ୍ୟ ଟିକିନିକି ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons