ଗଞ୍ଜେଇ ସହ ବୋଲେରୋ ଜବତ, ୨ ଗିରଫ

Get real time updates directly on you device, subscribe now.

ମୈଦଲପୁର: ପାହଡ଼ାହାଣ୍ଡି ବ୍ଲକ ମୈ÷ଦଲପୁର ପୁଲିସ ୬୪ କେଜି ଗଞ୍ଜେଇ ସହ ଏକ ବୋଲେରୋକୁ ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପାଲାମୁ ଗ୍ରାମର ଜାହାଙ୍ଗୀର ଆଲମ (୨୨) ଓ ଫିରୋଜ ଆଲାମ(୨୦) ।
ସୂଚନା ଅନୁସାରେ, ଏକ ବୋଲେରୋ(ଜେଏଚ୧ଏଡି ୯୪୮୭)ରେ ଗଞ୍ଜେଇ ବୋଝେଇ କରି ମାଲକାନଗିରିରୁ ଝାଡ଼ଖଣ୍ଡର ପାଲାମୁକୁ ଚାଲାଣ ହେଉଥିବା ବେଳେ ମୈଦଲପୁର ପୁଲିସ ଏହାକୁ ଧରିଥିଲା । ବୋଲେରୋରେ ଥିବା ଜାହାଙ୍ଗୀର ଓ ଫିରୋଜକୁ ଗିରଫ କରାଯାଇଥିଲା । ଅତିରିକ୍ତ ତହସିଲଦାର ମଧୁସୂଦନ ମାଝିଙ୍କ ଉପସ୍ଥିତିରେ ଗାଡ଼ି ଭିତରୁ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଯାହା ୬୪ କେଜି ବୋଲି ଜଣାପଡ଼ିଥିଲା । ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଫାଣ୍ଡି ଅଧିକାରୀ ଅନାମ ଦିଆନ ଚହିଛନ୍ତି । ଗଞ୍ଜେଇ ଜବତବେଳେ ଏସ୍ଡିପିଓ ଆଦିତ୍ୟ ସେନ, ଏସ୍ ଭାସ୍କର, ପ୍ରବୀଣ ପଞ୍ଜିଆ, ନରେଶ ବିଶୋଇ, ପଦୁବାନ ହରିଜନ, ମହେନ୍ଦ୍ର ବିଶୋଇ, କୁଶ ମାଝି, ପଦ୍ମ ଭତ୍ରା, ରାମ ଗାଦବା, ବଲଭ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons