ରାୟଗଡ଼ା: ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକଙ୍କ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇ ଲୁହା ସାମଗ୍ରୀ ଲାଖିି ଯାଉଥିବା ନଜିର ରହିଛି । ଆଜି ରାୟଗଡ଼ା ସହରରେ ମଧ୍ୟ ଏଭଳି ଦେଖିବାକୁ ମିଳିିଛି । ସ୍ଥାନୀୟ ରାଣୀଗୁଡ଼ା ଅଞ୍ଚଳର ରାଜେନ୍ଦ୍ର ସାହୁ ଏବଂ ବୁଦୁରାୱାଲସାର ଗୌରୀଶଙ୍କର ପଟ୍ଟନାୟକଙ୍କ ଶରୀରରେ ଏଭଳି ଲକ୍ଷଣ ପରିଲକ୍ଷିତ ହୋଇଛି । କୋଭିଡ୍ ଟିକା ନେବାପରେ ମଣିଷ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେଉଥିବା ଆଲୋଚନା ହେଉଛି । ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଘୂରିବୁଲିଥିଲା । ତେବେ ବାସ୍ତବରେ କେଉଁ କାରଣ ପାଇଁ ଲୁହା ସାମଗ୍ରୀ ଦେହରେ ଲାଖିଯାଉଛି ତାହା ସ୍ପଷ୍ଟ ହୋଇନି । କୋଭିଡ଼ ଟିକା ସହ ଏହାର କୌଣସି ସମ୍ପର୍କ ରହିଛି ନା ନାହିଁ ତାହା ଅନୁସନ୍ଧାନ ସାପେକ୍ଷ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.