ମାଲକାନଗିରି: ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ୱୁଲାନ୍ସ ପହଞ୍ଚି ପାରିଲାନାହିଁ । ଦୁଇ କିମି. କାଦୁଅ ରାସ୍ତାରେ ଷ୍ଟେ୍ରଚର୍ରୋ ବୁହାହୋଇ ଆମ୍ବୁଲାନ୍ସ ଯାଏଁ ଆସିଲେ ରୋଗୀ । ଏମିତି ଘଟଣା ଦେଖିବାକୁ ମିଳିଛି ମାଲାକନଗରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ । ସ୍ୱାଭିମାନ ଅଞ୍ଚଳ ପାପରମେଟଲା ପଞ୍ଚାୟତ କୁନୁଗୁଡ଼ା ଆଦିବାସୀ ଗ୍ରାମର ଗଣେଶ ପାଙ୍ଗି(୨୫) ଦୁଇ ଦିନ ହେଲା ଝାଡାବାନ୍ତିରେ ଆକାନ୍ତ ହୋଇଥିଲେ । ଏହା ଜାଣିବା ପରେ ଗ୍ରାମର ଜଣେ ଶିକ୍ଷିତ ଯୁବକ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରି ଡକାଇଥିଲେ । ଚିତ୍ରକୋଣ୍ଡା ଡାକ୍ତରଖାନାରୁ ୧୦୮ ଆମ୍ୱୁଲାନ୍ସ ଗାଁ ଅଭିମୁଖେ ଯାଇଥିଲା । ହେଲେ ଗାଁଠାରୁ ଦୁଇ କିମି. ଦୂରରେ ରହିଥିଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଥିବାରୁ ଗାଡି ଗାଁକୁ ଯାଇ ପାରିନଥିଲା । ରୋଗୀକୁ ଆମ୍ୱୁଲାନ୍ସ ନିକଟକୁ ଆଣିବା ପାଇଁ ଆମ୍ୱୁଲାନ୍ସ କର୍ମଚାରୀମାନେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ରୋଗୀଙ୍କ ପରିବାରରେ ଅନ୍ୟ କେହି ପୁରୁଷ ଲୋକ ନଥିବାରୁ ଦୁଇ କିମି. କେମିତି ନେବେ ସେ ନେଇ ପରିବାରର ଚିନ୍ତା ବଢ଼ିଥିଲା । ତେବେ ରୋଗୀ ଆସିବା ଡେରି ହେବା ଦେଖି ଆମ୍ୱୁଲାନ୍ସର ଇଏମଟି ଗୋପାଳ କୃଷ୍ଣ ପଣ୍ଡା, ହେଲପର୍ ସୁନ୍ଦର ଦାତା ଷ୍ଟେ୍ରଚର୍ ନେଇ କୁନିଗୁଡା ଗାଁରେ ପହଞ୍ଚିଥିଲେ । ଷ୍ଟେ୍ରଚର୍ରେ ରୋଗୀଙ୍କୁ ଶୁଆଇ ପରିବାର ଲୋକଙ୍କ ସହାୟତରେ ଦୁଇ କିମି. କାଦୁଅ ରାସ୍ତାରେ ଚାଲି ଚାଲି ଆମ୍ୱୁଲାନ୍ସ ନିକଟକୁ ବୋହି ଆଣିଥିଲେ । ପରେ ଆମ୍ୱୁଲାନ୍ସରେ ଚିତ୍ରକୋଣ୍ଡା ହସ୍ପିଲାକୁ ନିଆଯାଇଥିଲା । ଆମ୍ୱୁଲାନ୍ସ କର୍ମଚାରୀଙ୍କ ମାନବିକତାକୁ ରୋଗୀଙ୍କ ପରିବାର ଓ କୁନିଗୁଡା ଗ୍ରାମବାସୀ ପ୍ରଶଂସା କରିଛନ୍ତି ।
ରିପୋର୍ଟ: ସତ୍ୟ ପ୍ରକାଶ ସାମଲ
Comments are closed, but trackbacks and pingbacks are open.