ଅନୁଗୁଳ: ବିପଦରେ ଗଜରାଜ । ଅନୁଗୁଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ହାତୀର ମୃତୁ୍ୟ ଘଟିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ମଙ୍ଗଳବାର ପୂର୍ବାହ୍ଣରେ ଅନୁଗୁଳ ବନଖଣ୍ଡ ପୁରୁଣାଗଡ଼ ରେଞ୍ଜ୍ ଜଗନ୍ନାଥପୁର ଗ୍ରାମ ଆମ୍ବ ବଗିଚାରୁ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୋଲାର୍ କରେଣ୍ଟ୍ରେ ହାତୀର ପ୍ରାଣ ଯାଇଥିବା କୁହାଯାଉଛି । ହାତୀର ବୟସ ୧୨ ବର୍ଷ ଅନୁମାନ କରାଯାଉଛି । ସୂଚନା ମୁତାବକ, ଜଗନ୍ନାଥପୁର ଗ୍ରାମରେ ଆମ୍ବ ଗଛକୁ ସୁରକ୍ଷା ଦେବା ପାଇଁ ସୋଲାର କରେଣ୍ଟ ଦିଆଯାଇଥିଲା । ଆମ୍ବ, ପଣସ ଖାଇବା ପାଇଁ ହାତୀ ସେହି ପାଖଦେଇ ଯିବା ସମୟରେ ମୃତୁ୍ୟମୁଖରେ ପଡ଼ିଛି । ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିବା ବେଳେ ଆଜି ଜଗନ୍ନାଥପୁର ଅଞ୍ଚଳର ଲୋକେ ପୂର୍ବାହ୍ଣରେ ଗାଁ ନିକଟ ଆମ୍ବ ବଗିଚାକୁ ଯାଇଥିବା ସମୟରେ ହାତୀଟିର ମୃତୁ୍ୟ ଦେହ ଦେଖି ତୁରନ୍ତ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଅନୁଗୁଳ ଡିଏଫଓ ପ୍ରସନ୍ନ କୁମାର ବେହେରା, ଏସ୍ସିଏଫ ରଞ୍ଜନ ପଟ୍ଟନାୟକ, ରେଞ୍ଜର ସତ୍ୟବ୍ରତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚôଥିଲେ । ସାତକୋଶିଆ ବନ୍ୟପ୍ରାଣୀ ଡାକ୍ତର କିଶୋର ସାହୁ ବ୍ୟବଚ୍ଛେଦ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ଅନୁଗୁଳ ଡିଏଫଓ କହିଛନ୍ତି । ଅନ୍ୟପଟେ ହାତୀଟିର ମୃତ ଦେହକୁ ସ୍ଥାନୀୟ ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.