ଚଳନ୍ତା ଟ୍ରେନ୍ ଇଞ୍ଜିନରେ ନିଆଁ

Get real time updates directly on you device, subscribe now.

ରାୟଗଡ଼ା: ଚଳନ୍ତା ମାଲବାହୀ ଟ୍ରେନ୍ ଇଞ୍ଜିନ୍ରେ ଲାଗିଗଲା ନିଆଁ । ଦୀର୍ଘ ୨୦ ମିନିଟ୍ ଧରି ବିଭାଗୀୟ କର୍ମଚାରୀମାନେ ଏହାକୁ ଲିଭାଇବାରେ ଲାଗିପଡ଼ିଥିଲେ । ପରେ ଏହା ନିୟନ୍ତ୍ରଣକୁ ଆସିଥିଲା । ଅଗ୍ନିକାଣ୍ଡରେ ଟ୍ରେନ୍ର ବିଶେଷ କିଛି କ୍ଷତି ହୋଇ ନାହିଁ । ବିଶାଖାପାଟଣାରୁ ବକ୍ସାଇଟ୍ ବୋଝେଇ କରି ଟ୍ରେନ୍ଟି ଲାଞ୍ଜିଗଡ଼ ଅଭିମୁଖେ ଯାଉଥିଲା । ରାୟଗଡ଼ା ଷ୍ଟେସନ୍ ନିକଟ କପିଳାସ ଛକଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦ୍ୱିତୀୟ ଇଞ୍ଜିନ୍ରେ ନିଆଁ ଲାଗିଯାଇଥିଲା । ଏହା ଜାଣିବାକୁ ପାଇ ଡ୍ରାଇଭର ଟ୍ରେନ୍ଟିକୁ ସେଠାରେ ଅଟକାଇଥିଲେ । ସଙ୍ଗେ ସଙ୍ଗେ କଣ୍ଟେ୍ରାଲ ରୁମ୍କୁ ସୂଚନା ଦେଇଥିଲେ । ଖବରପାଇ ବିଭାଗୀୟ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଦୀର୍ଘ ୨ ଘଣ୍ଟା ଧରି ଟ୍ରେନ୍ଟିକୁ ଭଲ ଭାବେ ଯାଞ୍ଚ୍ କରାଯାଇଥିଲା । ଅଗ୍ନିକାଣ୍ଡରେ ବିଶେଷ କିଛି କ୍ଷତି ହୋଇଥିବା ସ୍ପଷ୍ଟ ହେବା ପରେ ଟ୍ରେନ୍ଟିକୁ ରାୟଗଡ଼ା ଅଭିମୁଖେ ଛଡ଼ା ଯାଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons