ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି । ଏକ ଆନ୍ତଃରାଜ୍ୟ ଡକାୟତ ଦଳ ବଡଧରଣର ଡକାୟତି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ପ‚ାରେ ଧରାପଡିଛି । ଏହି ୫ ଜଣିଆ ଦଳରେ ଏକ ନାବାଳକ ଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି । ସେମାନେ ବ୍ୟବହାର କରୁଥିବା ଏକ ଜାଇଲୋ ଗାଡି ନଂ. ଜେଏଚ୍୦୬ଡି-୪୨୪୨କୁ ମଧ୍ୟ ପୁଲିସ ଜବତ କରିବା ସହ ସେମାନଙ୍କ ଠାରୁ ଗୋଟିଏ ବିଦେଶୀ ବନ୍ଧୁକ, ୭ଟି ମୋବାଇଲ, ଏକ ଦାମୀ ଡିଜିଟାଲ କ୍ୟାମେରା ଏବଂ ନଗଦ ୭ହଜାର ୫ଶହ ଟଙ୍କା ଜବତ କରିଛି ।
ସୋମବାର ରାତିରେ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୁହାପଥର ବୋଝେଇ ଟ୍ରକ୍ରୁ ଡକାୟତି କରିବା ଉଦେ୍ଧଶ୍ୟରେ ଏମାନେ ଯୋଜନା କରୁଥିଲେ । ଏତିକିବେଳେ ପୁଲିସ ପାଟ୍ରୋଲିଂ କରୁଥିଲା । ପୁଲିସଙ୍କୁ ଦେଖି ସେମାନେ କଣ୍ଡରା ଗ୍ରାମ ଭିତର ଦେଇ ଦାମପୁର ବାଟେ ପଡୋଶୀ ଝାଡଖଣ୍ଡକୁ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ କାବୁ କରିନେଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମ ସିଂହଭୂମ ରାଜ୍ୟର ଚାଇଁବାସା ଥାନା ଅନ୍ତର୍ଗତ ଘାଟସିଲା ଗ୍ରାମର ଅବିନାଶ କୁମାର ଝା (୨୩), ଜଗନ୍ନାଥପୁରସ୍ଥିତ ନୂଆବଜାରର ରୋଶନ ପ୍ରଶାଦ (୨୮), ରାଜ କେସର (୨୧), ଚାଇଁବାସା ଅନ୍ତର୍ଗତ ଟୁଙ୍ଗିରି ଗ୍ରାମର ଶମ୍ଭୁ କୁମାର ମାହନ୍ତ (୨୮) ଓ ଅନ୍ୟ ଜଣେ ୧୬ ବର୍ଷର ନାବାଳକ । ଗିରଫ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର ଦିନ କେଶ୍ ନଂ. ୯୯/୨୦୨୧ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏ ମାମଲାରେ ତିନି ଜଣିଆ କମିଟି ଗଠନ କରାଯାଇ ତଦନ୍ତ ହୋଇଥିବା ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାଳୟ ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ: ଦେବଦତ ପାତ୍ର
Comments are closed, but trackbacks and pingbacks are open.