୪୦ ଲକ୍ଷର ଗଞ୍ଜେଇ ଜବତ

Get real time updates directly on you device, subscribe now.

ମୁନିଗୁଡ଼ା: ମୁନିଗୁଡ଼ା ପୁଲିସ୍କୁ ପୁଣି ଥରେ ସଫଳତା । ତେଲେଙ୍ଗାପଦରରୁ ବିହାର ଚାଲାଣ ବେଳେ ଧରାପଡ଼ିଛି ୪ କ୍ୱିଣ୍ଟାଲ ୪୦ କେଜି ଗଞ୍ଜେଇ । ଏହି ମାମଲାରେ କାହାରିକୁ ଗିରଫ କରାଯାଇନି । ଚାଲାଣରେ ବ୍ୟବହୃତ ଏକ ଟ୍ରକ୍କୁ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଏହି ସୂଚନା ଦେଇଛନ୍ତି ବିଷମକଟକ ଏସ୍ଡିପିଓ ଆକାଶଚନ୍ଦ୍ର ସାହୁ ଓ ମୁନିଗୁଡ଼ା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା । ଏସ୍ଡିପିଓ ଶ୍ରୀ ସାହୁ ଓ ଥାନା ଅଧିକାରୀ ସୁଜ୍ଞାନୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ମଙ୍ଗଳବାର ରାତିରେ ସ୍ଥାନୀୟ ତେଲେଙ୍ଗାପଦର ଗାଁ ନିକଟରେ ପୁଲିସ୍ ଛପି ରହିଥିଲା । ଏହି ସମୟରେ ଟ୍ରକ୍(ବିଆର୍-୦୬ଜିଏ-୬୧୪୪) ଆସୁଥିବା ଦେଖି ଅଟକାଇବାକୁ ଉଦ୍ୟମ କରାଯାଇଥିଲା । ପୁଲିସ୍କୁ ଦେଖି ଡ୍ରାଇଭର ସମେତ ଅନ୍ୟମାନେ ଅନ୍ଧାରର ସୁଯୋଗ ନେଇ ଗାଡିଛାଡ଼ି ଫେରାର୍ ହୋଇଯାଇଥିଲେ । ପୁଲିସ୍ ଚଢଉ କରି ଟ୍ରକ୍କୁ ଯାଞ୍ଚ କରିବା ବେଳେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ବୋଝେଇ ଗାଡିକୁ ପୁଲିସ୍ ଜବତ କରି ଥାନାକୁ ଆଣିଥିଲା । ଆଜି ସକାଳେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଏହାକୁ ଓଜନ କରାଯାଇଥିଲା । ୧୨ରୁ ଅଧିକ ଜରିବସ୍ତାରେ ରହିଥିଲା ଗଞ୍ଜେଇ । ଏହି କାରବାରରେ କେଉଁମାନଙ୍କର ସଂପୃକ୍ତି ରହିଛି, ତାହାର ଯାଞ୍ଚ ଚାଲିଛି । ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ । ଏ ସମ୍ପର୍କରେ ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଏସ୍ଡିପିଓ ଶ୍ରୀ ସାହୁ କହିଛନ୍ତି ।
ସୂଚନାଥାଉ କି, ମୁନିଗୁଡ଼ା ଥାନା ଅଞ୍ଚଳରେ ଗତ ୬ ମାସ ମଧ୍ୟରେ ୧୫ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସହ ବହୁ ଗାଡ଼ି ଜବତ କରାଯାଇଛି । ଏହିି କାରବାର ରୋକିବାରେ ବିଷମକଟକ ଏସ୍ଡିପିଓ ଶ୍ରୀ ସାହୁଙ୍କ ଭୂମିକାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons