କେନ୍ଦୁଝର (ବି.ବି.ନ୍ୟୁଜ୍) ଗୁଣି ଗାରେଡି ସନ୍ଦେହରେ ପୁଣି ଗଡିଲା ମୁଣ୍ଡ । ଏଥର ବାହାର ଲୋକ ନୁହଁ ବରଂ ସ୍ତ୍ରୀ କୁ ଗୁଣି କରି ପାରାଲିସିସ କରି ଦେଇଥିବା ସନ୍ଦେହରେ ନିଜ ପୁତୁରାକୁ କଟୁରୀରେ ହାଣି ହତ୍ୟା କରିଛି ଦାଦା । କେନ୍ଦୁଝର, ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା(ଖ) ଗ୍ରାମରେ ଆଜି ଘଟିଛି ଏଭଳି ଏକ ସ୍ପର୍ଶ କାତର ଘଟଣା । ଘର ଭିତରେ ଭାତ ବାଢୁଥିବା ସମୟରେ କଲଣ୍ଡା(ଖ) ଗ୍ରାମର ପୁତୁରା କାନ୍ଦୁରୁ ଦେହୁରୀ (୩୫) ଙ୍କ ବେକ କୁ କଟୁରୀରେ ହାଣି ଦାଦା ପାଉ ଦେହୁରୀ(୬୦) ହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଅଭିଯୁକ୍ତ ଦାଦାକୁ ଗିରଫ କରିଛି ପୁଲିସ ।
ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଜଙ୍ଗଲରୁ କାଠ ସଂଗ୍ରହକରି ଘରକୁ ଫେରିଥିଲେ କାନ୍ଦୁରୁ ଦେହୁରୀ । ତାଙ୍କ ସ୍ତ୍ରୀ ବଉଳ ଦେହୁରୀ ମକା ବାଡିରେ କାମ କରୁଥିବାରୁ ନିଜେ ଭାତ ବାଢି ଖାଇବା ପାଇଁ ଯାଉଥିବାବଳେ ଏକ କଟୁରୀ ଧରି ଘର ଭିତରକୁ ପଶି ଥିଲେ କାନ୍ଦୁରୁଙ୍କର ଦାଦା ପାଉ ଦେହୁରୀ । କାନ୍ଦୁରୁ ପଛକୁ ଫେରି ଚାହିଁବା ପୂର୍ବରୁ ଧରିଥିବା କଟୁରୀରେ କାନ୍ଦୁରୁଙ୍କର ବେକକୁ ହାଣି ପକାଇଥିଲେ ପାଉ । ତାଙ୍କ ବେକରେ ଗଭୀର କ୍ଷତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ଘର ବାହାରେ ଥିବା ଦ୍ୱାରବନ୍ଧ ନିକଟରେ ପଡିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । କାନ୍ଦୁରୁଙ୍କ ସ୍ତ୍ରୀ ଅପରାହ୍ନ ରେ ବାଡିରୁ କାମ ସାରି ଘରକୁ ଫେରିଥିବାବଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ସ୍ୱାମୀଙ୍କ ମୃତ ଦେହ ଘର ବାରଣ୍ଡାରେ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କାନ୍ଦ ବୋବାଳି ପକାଇବା ସହ ମୋ ସ୍ୱାମୀଙ୍କୁ ମାରିଦଲେ ବୋଲି ଡାକ ପକାଇଥିଲେ । ଏଣେ ପୁତୁରାକୁ ମାରି ସାରିବା ପରେ ଗାଁ ନିକଟ ସ୍କୁଲ ପାଖରେ ଅଭିଯୁକ୍ତ ଦାଦା ଘୁରିବୁଲିବା ସହ ମୋ ସ୍ତ୍ରୀକୁ ପାଙ୍ଗି ଦେଇ ପାରାଲିସିସ କରିଦେଇଛି । ମୁଁ ହଇରାଣ ହେଉଛି । ତେଣୁ ତାକୁ ସବୁଦିନ ପାଇଁ ସଫା କରିଦେଲି ବୋଲି ଲୋକଙ୍କ ସମ୍ମୁଖରେ କହିବୁଲୁଥିଲା । ଘଟଣା ସମ୍ପର୍କରେ ଖବର ପାଇ ନୟାକୋଟ ପୁଲିସ କଲଣ୍ଡା(ଖ) ଗ୍ରାମରେ ପହଁଚି ମୃତ ଦେହ ଜବତ କରିବା ସହ ତଦ” ଆରମ୍ଭ କରିଥିଲା । ପରେ ସ୍କୁଲ ନିକଟରେ ବୁଲୁଥିବା ଅଭିଯୁକ୍ତ ଦାଦାକୁ ଗିରଫ କରି ପଚରା ଉଚୁରା ଆରମ୍ଭ କରିଛି ପୁଲିସ । ଏ ସମ୍ପନ୍ଧରେ ନୟାକୋଟ ଥାନାରେ କେଶ ନଂ ୨୪/୨୦୧୯ ରୁମଭ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ଆସ”ା କାଲି ଶବ ବ୍ୟବଛେଦ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।
ଘଟଣାରୁ ପ୍ରକାଶ ଯେ, ଗତ ରଜ ପର୍ବ ସମୟରେ ସାମାନ୍ୟ କଥାକୁ ନେଇ ପୁତୁରା କାନ୍ଦୁରୁ ଏବଂ ଦାଦା ପାଉଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ପରେ ପାଉଙ୍କ ସ୍ତ୍ରୀକୁ ଜ୍ୱର ଆରମ୍ଭ ହୋଇଥିଲା । ଦୀର୍ଘ ଦିନ ଧରି ଜ୍ୱର ଲାଗିରହିବା ସହ ଧିରେ ଧିରେ ତାଙ୍କ ହାତ ଗୋଡ ଅଚଳ ହୋଇ ପାରାଲିସିସ ହୋଇଯାଇଥିଲା । କାନ୍ଦୁରୁ ସହ ଝଗଡା ହେବା ପରେ ଏଭଳି ହୋଇଥିବାର ସନ୍ଦେହ କରି ଦାଦା ମନେ ମନେ କାନ୍ଦୁରୁ ଉପରେ ରାଗ ରଖିଥିଲା । ଆଜି କାନ୍ଦୁରୁ ଜଙ୍ଗଲକୁ ଯାଇଥିବାବଳେ ଉଭୟ କାନ୍ଦୁରୁ ଓ ଦାଦା ପାଉ ମଦ ପିଇ ଘରକୁ ଫେରିଥିଲେ । ମଦ ନିଶାରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀକୁ ରୋଗ ଶଯ୍ୟାରେ ଦେଖି ଦାଦା ପାଉ ମନରେ କ୍ରୋଧ ଜାତ ହୋଇଥିଲା । କାନ୍ଦୁରୁ ଏ ସବୁ କରିଛି ଭାବି ସେ ହାତରେ ଏକ କଟୁରୀ ଧରି କାନ୍ଦୁରୁକୁ ମାରିବାକୁ ବାହାରିଥିଲା । କାନ୍ଦୁରୁ ଭାତ ବାଢିବାକୁ ଘରଭିତରକୁ ପଶି ଯାଉଥିବା ସମୟରେ ତାକୁ ଏକାକି ପାଇ ଧରିଥିବା ଧାରୁଆ କଟୁରୀରେ ତା ବେକକୁ ହାଣି ଦେଇଥିଲା ଦାଦା ପାଉ ।
Comments are closed, but trackbacks and pingbacks are open.