ବଜାରକୁ ଆସିଲା କୋରାପୁଟ ପଣସ ଚିପ୍ସ

Get real time updates directly on you device, subscribe now.

କୋରାପୁଟ: ଚଳିତବର୍ଷ କୋରାପୁଟ ଜିଲ୍ଲାର ପଣସ ଚିପ୍ସ ବଜାରକୁ ଆସିଛି । ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ନାରଗଛ ଉତ୍ପାଦକ ଗୋÂୀ ଦ୍ୱାରା ପ୍ରସ୍ତୁତ ଏହି ଚିପ୍ସ ପ୍ରଥମଥର ପାଇଁ ବଜାର ପ୍ରବେଶ କରିଛି । ଉତ୍ପାଦକ ଗୋÂୀଠାରୁ କାପ୍କୋ (କୋରାପୁଟ ପ୍ରଡ଼ୁ୍ୟସର କମ୍ପାନି) ଏହାକୁ କିଣି ବଜାର ସୁବିଧା କରିବ ବୋଲି ଓରମାସ୍ ଅଧିକାରୀ ରୋଶନ କୁମାର କାର୍ତ୍ତିକ କହିଛନ୍ତି । ବର୍ତ୍ତମାନ ଏହାର ଦର କେଜି ପ୍ରତି ୪ ଶହ ଟଙ୍କା ରହିଛି । କୋରାପୁଟ ପଣସ ଚିପ୍ସ କେରଳ ଚିପ୍ସର ସ୍ୱାଦଠାରୁ ଭଲ ଥିବାରୁ ବ୍ୟବସାୟିକ ସଂସ୍ଥାମାନେ ଆଗ୍ରହ ଦେଖାଇଛନ୍ତି । ଜାତୀୟସ୍ତରରେ ବ୍ୟବସାୟ କରୁଥିବା ବିଶାଖାପାଟଣା ନଟରାଜନ୍ ଫୁଡ୍ସ ମଧ୍ୟ କୋରାପୁଟ ଚିପ୍ସ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଇଛି ।
ଦଶମନ୍ତପୁର ବ୍ଲକ୍ ନାରଗଛ ଉତ୍ପାଦକ ଗୋÂୀ ସଭାନେତ୍ରୀ ଦୀପ୍ତିମଣି ଦିଶାରୀ ଓ ଜମ୍ପତି ଦିଶାରୀ କହିଛନ୍ତି, ପିଣ୍ଡାପଦର ପଞ୍ଚାୟତରେ ଖଜାପଣସ ପ୍ରଚୁର ହେଉଛି । ଏହାର ବ୍ୟବସାୟିକ ବ୍ୟବହାର ହେଉ ନ ଥିଲା । ଫଳରେ ଲୋକମାନେ ଲାଭବାନ ହୋଇପାରୁ ନ ଥିଲେ । ଏବେ ଉତ୍ପାଦକ ଗୋÂୀର ମହିଳାମାନେ ଖଜା ପଣସ ଚିପ୍ସ ତିଆରି କରିବାକୁ ପ୍ରଥମଥର ଆଗକୁ ଆସିଛନ୍ତି । ଗତବର୍ଷ ଓରମାସ୍ଠାରୁ ତାଲିମ ପାଇବା ପରେ ଚଳିତବର୍ଷ ପଣସ ଚିପ୍ସର ବ୍ୟବସାୟକୁ ବ୍ୟାପକ କରିବାକୁ ଗ୍ରୁପ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇ ପଣସ କିଣାଯାଇଛି । ପ୍ରଥମ ଦିନରେ ୧୦ କେଜି ଚିପ୍ସ ପ୍ରସ୍ତୁତ କରାଯାଇଛି । ଆଗକୁ ଦୈନିକ ୨୦ରୁ ୨୫ କେଜି ପ୍ରସ୍ତୁତ ପାଇଁ ପଦକ୍ଷେପ ନିଆଯାଇଥିବା ସଭାନେତ୍ରୀ କହିଛନ୍ତି । ଏହା ଦ୍ୱାରା ଗ୍ରୁପ୍ର ୩୦ ଜଣ ମହିଳା ରୋଜଗାର ପାଇବେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ ଓରମାସ୍ ଅଧିକାରୀ ଶ୍ରୀ କାର୍ତ୍ତିକ କହିଛନ୍ତି, କୋରାପୁଟ ପଣସ ଚିପ୍ସ କେରଳ ଚିପ୍ସର ସ୍ୱାଦଠାରୁ ଭଲ ରହିଛି । ଏଥିପାଇଁ ବିଭିନ୍ନ ବ୍ୟବସାୟିକ ସଂସ୍ଥା ତଥା ଏଫ୍ିକୋର ଆଦି କହିଛନ୍ତି । ଜାତୀୟସ୍ତରରେ ଏଭଳି ସାମଗ୍ରୀର ବ୍ୟବସାୟ କରୁଥିବା ବିଶାଖାପାଟଣା ନଟରାଜନ ଫୁଡ୍ସ ମଧ୍ୟ ଗତବର୍ଷ ସ୍ୱାଦ ପରଖିବା ପରେ କୋରାପୁଟ ଚିପ୍ସର ବ୍ୟବସାୟ କରିବାକୁ ଆଗ୍ରହ ଦେଖାଇଛି । ଏଥର କୋରାପୁଟ ଚିପ୍ସର ଅଧିକ ବ୍ୟବସାୟ ହେବାର ଆଶା ରହିଥିବା ସେ କହିଛନ୍ତି । ଚଳିତ ବର୍ଷ ୫ହଜାର କେଜି ଚିପ୍ସ ତିଆରି କରାଯିବ । କରୋନା ସମୟରେ ୪ଶହ ଗ୍ରାମୀଣ ମହିଳା କାମ ପାଇପାରିବେ । ଗତବର୍ଷ ୧ ହଜାର କେଜି ପଣସ ଚିପ୍ସ ବିଭିନ୍ନ ଉତ୍ପାଦକ ଗୋÂୀଗୁଡ଼ିକ ଜରିଆରେ ପ୍ରସ୍ତୁତ କରାଯାଇ କେଜି ପିଛା ୨୫୦ ଟଙ୍କାରେ ବ୍ୟବସାୟ କରାଯାଇଥିଲା । ତେଲ ଦର ଅଧିକ ଥିବାରୁ ଏଥର ପଣସ ଚିପ୍ସ ଗତବର୍ଷଠାରୁ ଅଧିକ ଦର ରହିଛି । ଏଥର କେଜି ୪ ଶହ ଟଙ୍କା ରଖାଯାଇଛି । ବିଭିନ୍ନ ବଜାରରେ କୋରାପୁଟ ପଣସ ଚିପ୍ସର ବେଶ୍ ଚାହିଦା ରହିବା ସହ ବ୍ୟବସାୟିକ ଅନୁÂାନଠାରୁ ପ୍ରଶଂସା ମିଳିଥିଲା । ତେଣୁ ଚଳିତ ବର୍ଷ ୫ ହଜାର କେଜି ଚିପ୍ସ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରହିଥିବା ଶ୍ରୀ କାର୍ତ୍ତିକ କହିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons