ଦନ୍ତା ନେଲା ମହିଳା ଜୀବନ

Get real time updates directly on you device, subscribe now.

ରାସୋଳ: ଢେଙ୍କାନାଳ ହିନେ୍ଦାଳ ବନାଞ୍ଚଳ ରାସୋଳ ସେrନ ପଶାସିଂ ଗ୍ରାମ୍ୟ ଜଙ୍ଗଲରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ମାନସ ପଧାନଙ୍କ ପତ୍ନୀ ଚିନା ପଧାନ(୪୫) । ଜନଜାତି ମହ୍ଲାର ସମ୍ପ୍ରଦାୟର ଚିନା ଓ ତାଙ୍କ ପରିବାର ଯାଯାବର ଭାବେ ଜୀବନଯାପନ କରୁଥିବା ବେଳେ ଗତ କିଛିମାସ ହେଲା ପଶାସିଂ ଗାଁ ନିକଟରେ ରହି ଆସୁଥିଲେ । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ଜାଳେଣି ସଂଗ୍ରହ କରିବାକୁ କାଜୁ ଜଙ୍ଗଲକୁ ଯାଇଥିବା ବେଳେ ଏକ ହନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀ ଆକ୍ରମଣରେ ତାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ରେଞ୍ଜର ଲୋହିତ କୁମାର ରଥ, ରାସୋଳ ବନପାଳ ସୁଦର୍ଶନ ଦେହୁରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ । ରାସୋଳ ପୁଲିସ ପହଞ୍ଚô ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହିନେ୍ଦାଳ ଉପଖଣ୍ଡ ଡାକ୍ତରଖାନା ପଠାଇଥିଲା । ଏନେଇ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ମୃତା ଚିନା ପଧାନ ଯାଯାବର ହୋଇ ଥିବା ବେଳେ ତାଙ୍କର ଆଧାର କାର୍ଡ କିମ୍ବା ବ୍ୟାଙ୍କ୍ରେ କୌଣସି ଜମାଖାତା ନଥିବାରୁ ବନ ବିଭାଗ ପକ୍ଷରୁ ତାଙ୍କୁ କୌଣସି ସହାୟତା ଦିଆଯାଇନଥିବା ଜଣାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons