୩ ମୃତ, ୩ ଗୁରୁତର

Get real time updates directly on you device, subscribe now.

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଖୁଦପେଜ ଗାଁ ନିକଟରେ ବାଇକ ଓ ସ୍କୁଟି ମୁହାଁମୁହି ଧକ୍କା ହେବା ଫଳରେ ଜଣେ ମହିଳା ସମେତ ୩ ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନେ ହେଲେ ଖଡ଼ିଆଳ ଥାନା ପଲସଦା ଗାଁର ହରିପ୍ରିୟା ପ୍ରଧାନୀ (୪୫), ଡମଝର ଗାଁର ବବଲୁ ରାଉତ (୨୨) ଏବଂ ଦମାପଲାର କପିଳେନ୍ଦ୍ର ରଣା (୧୮) । ଅନ୍ୟ ୩ ଗୁରୁତର ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବୋଡେନ ବ୍ଲକ ଡମଝର ଗାଁରୁ ଖଡିଆଳକୁ ଧାନ ଆଣିବା ପାଇଁ ଉଗ୍ରସେନ ରାଉତ (୪୮), ତାଙ୍କ ପୁଅ ବବଲୁ ରାଉତ ଏବଂ ଭଣଜା ପୂର୍ଣ୍ଣ ରାଉତ ଏକ ସ୍କୁଟିରେ ଯାଉଥିଲେ । ଅନ୍ୟପଟେ ଖଡିଆଳ ପଟୁ ଏକ ବାଇକ୍ରେ କପିଳେନ୍ଦ୍ର ଦୁଇଜଣ ମହିଳା ଶ୍ରମିକଙ୍କୁ ବାଇକ୍ରେ ଧରି ପଲସଦା ଗାଁକୁ ଆସୁଥିଲେ । ତେବେ ଖୁଦପେଜ ନିକଟରେ ଉଭୟ ଗାଡ଼ି ମୁହାମୁହଁ ଧକ୍କା ହୋଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons