କରଞ୍ଜିଆ: କରଞ୍ଜିଆ ୨୨୦ ନଂ ଜାତୀୟ ରାଜପଥ ତାଟ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ହାତିବାରୀ ଦେଓ ପ୍ରକଳ୍ପରୁ କାର୍ୟ୍ୟ ଅନୁଧ୍ୟାନ କରି ଫେରୁଥିବା ବେଳେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହେଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ । ମୃତକଙ୍କୁ କ୍ଷତିପୂରଣ ଦେବା ଦାବିରେ ତାଟୋଠାରେ ୨୨୦ନଂ ଜାତୀୟ ରାଜପଥକୁ ଅବରୋଧ କଲେ ସ୍ଥାନୀୟ ଲୋକେ । ମୃତ ବାଇକ୍ ଚାଳକ ଜଣଙ୍କ କରଞ୍ଜିଆ ବ୍ଲକ ଡୁମୁରିଆ ଗାଁର ଦୋଳ ନାଏକ ବୋଲି ଜଣାପଡିଛି । ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.