ନାବାଳିକାଙ୍କୁ ପ୍ରେମ ବିବାହ ପରେ ଶାରିରୀକ ନିର୍ୟାତନା ଅଭିଯୋଗ

Get real time updates directly on you device, subscribe now.

ରାଇରଙ୍ଗପୁର : ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଘରୁ ନେଇ ପଳାଇବା ଓ ବିବାହ କରିବା ପରେ ଶାରୀରିକ ଅତ୍ୟାଚାର ଦେବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ଗୋରୁମହିଷାଣି ପୋଲିସ।
ସୂଚନାଯୋଗ୍ୟ ଯେ, ଗୋରୁମହିଷାଣି ଥାନା ଜାମବଣି ଗ୍ରାମର ସିଲୁ ବେହେରା ନାମକ ଯୁବକ ତିରିଙ୍ଗ ଥାନା ବଡ଼ ଡାଳିମାର ଜଣେ ନାବାଳିକାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଝିଅକୁ ଗତ ଅପ୍ରେଲ ମାସରେ ନେଇ ପଳାଇଥିଲା । ପରେ ବିବାହ କରିଥିଲେ ମଧ୍ୟ କିଛିଦିନ ପରେ ମାରପିଟ କରିବା ସହିତ ଅତ୍ୟାଚାର କରି ଆସୁଥିଲା । ନାବାଳିକା ଦୁଇ ମାସର ଗର୍ଭବତୀ ଥିବା ସତ୍ତ୍ବେ ଅତ୍ୟାଚାର ନ କମିବାରୁ ଝିଅର ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପୋକ୍ସ ଆଇନ ସହ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons