ରା.ଉଦୟଗିରି: ଦୁଇଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ରା.ଉଦୟଗିରି ପୁଲିସ । ସେମାନଙ୍କ ଠାରୁ ପୁଲିସ ୩ କ୍ୱିଣ୍ଟାଲ ୩୨ କିଲୋ ୯ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଦୁଇଜଣ ହେଉଛନ୍ତି ବିହାର ରାଜ୍ୟର ନିଜାରୁଦ୍ଧିନ୍ ଅନ୍ସାରୀ ଓ କାଶୀନଗର ସିଂ ବୋଲି ପୁଲିସ ସୂଚନା ଦେଇଛି । ଗୁରୁବାର ପୂର୍ବାହ୍ନରେ ରା.ଉଦୟଗିରି ଥାନାଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ଓ ଏସ୍ଆଇ ମୁକେଶ ଲାକ୍ରା ସଦଳବଳେ ପାଟ୍ରୋଲିଂ କରୁଥିଲେ । ଏ ସମୟରେ ତାରାବାଙ୍ଗ ଗ୍ରାମ ନିକଟରୁ ଏକ ମିନି ଟ୍ରକ୍ (ବିଆର୍ ୧୯ ଏଫ୍-୧୨୫୦)କୁ ଅଟକାଇ ଯାଞ୍ଚ କରିଥିଲେ । ଉକ୍ତ ଟ୍ରକ୍ରୁ ୧୦ ବସ୍ତା ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲା ପୁଲିସ । ମାଜିଷ୍ଟେ୍ରଟ୍ ଦାୟିତ୍ୱରେ ରା.ଉଦୟଗିରି ବିଡିଓ ପ୍ରଦୀପ କୁମାର ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ପୁଲିସ ଏହି ଘଟଣାରେ ୭୮/୨୦୨୧ରେ ଏକ ମାମଲା ରୁଜୁକରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏସ୍ଆଇ ଏଚ୍କେ ସେଠୀ ତଦନ୍ତ କରୁଥିବା ଥାନାଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.